ଓଡିଶା

odisha

ETV Bharat / sitara

ଡାନ୍ସିଂ ଅଙ୍କଲଙ୍କୁ ମାତ ଦେଲେ ଡାନ୍ସିଂ ଆଣ୍ଟି - dance

ଇଣ୍ଟରନେଟରେ ଦେଖିବାକୁ ମିଳିଛି ଦୁଇ ମହିଳାଙ୍କ ଶାନଦାର ଡାନ୍ସ । ଭିଡିଓ ଭାଇରାଲ ହେବା ମାତ୍ରେ 1 ଲକ୍ଷରୁ ଅଧିକ ଥର ଏହାକୁ ଦେଖା ସରିଲାଣି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

By

Published : Apr 24, 2019, 11:00 PM IST

ନୂଆଦିଲ୍ଲୀ: ଗତବର୍ଷ ଇଣ୍ଟରନେଟରେ ଘୁରି ବୁଲିଥିଲା କଲେଜ ପ୍ରଫେସରଙ୍କ ଜବରଦସ୍ତ ଡାନ୍ସ ଭିଡିଓ । ଯାହା ପରେ ସେ ରାତାରାତି ପାଲଟିଥିଲେ ଡାନ୍ସିଂ ଅଙ୍କଲ । ଏହି ଡାନ୍ସିଂ ଅଙ୍କଲଙ୍କ ଡାନ୍ସରେ ପୁରା ଝୁମି ଉଠିଥିଲେ ଦର୍ଶକ । ଏବେ ଆସିଯାଇଛନ୍ତି ଦୁଇ ଡାନ୍ସିଂ ଆଣ୍ଟି । ଯିଏ ଡାନ୍ସିଂ ଅଙ୍କଲଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଜ୍ଞା ହଁ, ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି ଏହି ଦୁଇ ମହିଳାଙ୍କ ଦମଦାର ଡାନ୍ସ । ଯାହାକୁ ନେଇ ଦିୱାନା ହୋଇଯାଇଛନ୍ତି ୟୁଜର୍ସ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ଏହି ଦୁଇ ମହିଳା 80ଦଶକର ପପୁଲାର ଗୀତ 'ଆପ ଜେସା କୋଇ' ଗୀତରେ ଡାନ୍ସ କରି ନିଜକୁ ସାବସ୍ୟ କରିଦେଇଛନ୍ତି ଯେ, ସେ ମଧ୍ୟ କାହାରି ଠାରୁ କମ ନୁହଁନ୍ତି । ସବୁଠାରୁ ମଜାଦାର କଥା ହେଲା ଯେ ଏହି ଦୁଇ ମହିଳା ଶାଢୀ ପିନ୍ଧି ଡାନ୍ସ କରିଛନ୍ତି ।

ଭିଡିଓଟିକୁ କାଜଲ ରୟଙ୍କ ଟ୍ବିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଏହାସହ ଶାନଦାର କ୍ୟାପସନ ମଧ୍ୟ ଦିଆଯାଇଛି । ଭିଡିଓ ସେୟାର କରି ଲେଖାଯାଇଛି, We women love saree and freak in it too !!! @taslimanasreen check it out , they having ball of a time in saree ... and it’s not any special occasion...

ସେହିପରି ଟ୍ବିଟରର ଅନେକ ୟୁଜର୍ସ ଆଣ୍ଟିଙ୍କ ଡାନ୍ସରେ ଦିୱାନା ହୋଇ ଭଲ କମେଣ୍ଟ କରିବାରେ ଲାଗି ପଡିଛନ୍ତି । ଭିଡିଓଟି ଭାଇରାଲ ହେବା ମାତ୍ରେ 1 ଲକ୍ଷରୁ ଅଧିକ ଭ୍ୟୁୟର୍ସ ଦେଖିସାରିଲେଣି । ଡାନ୍ସ ଦେଖି ଜଣେ ୟୁଜର ଲେଖିଛନ୍ତି, "Love this thoroughly. Such warm and freeing performance." ଆଉ ଜଣେ ୟୁଜର ଲେଖିଛନ୍ତି, "Such a heartwarming, freeing video!"

For All Latest Updates

ABOUT THE AUTHOR

...view details