ଓଡିଶା

odisha

ETV Bharat / sitara

ଦ୍ବିତୀୟ ପତିଙ୍କ ସହ ବି ଖୁସି ନାହାଁନ୍ତି ଶ୍ବେତା ! - ଅଭିନବ କୋହଲି

ପ୍ରଥମ ବିବାହରେ ଅସଫଳ ହୋଇଥିବା ଅଭିନେତ୍ରୀ ଶ୍ବେତା ତିୱାରୀ ଏବେ ଦ୍ବିତୀୟ ବିବାହରେ ମଧ୍ୟ ଅସଫଳ । ସ୍ବାମୀଙ୍କ ବିରୋଧରେ ଆଣିଲେ ଘରୋଇ ହିଂସା ଅଭିଯୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ତିୱାରୀ

By

Published : Aug 12, 2019, 9:24 PM IST

ମୁମ୍ବାଇ: ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ବେତା ତିୱାରୀ ଦ୍ବିତୀୟ ସ୍ବାମୀ ଅଭିନବ କୋହଲିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ଅଭିନବଙ୍କ ବିରୋଧରେ ଘରୋଇ ହିଂସା, ମାରପିଟ, ଅଶ୍ଳୀଳ ମେସେଜ ପଠାଇବାର ଅଭିଯୋଗ ଆଣିଛନ୍ତି ।

2017ରୁ ଦୁଇଜଣଙ୍କ ବିବାହରେ ସମସ୍ୟା ଥିବା ଖବର ଜୋର ଧରିଥିଲା । କିନ୍ତୁ ପରେ ଦୁଇ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଥିଲା । ଏବେ ସମସ୍ୟା ଜଟିଳ ହେବାରୁ ଏନେଇ ଶ୍ବେତା ଅଭିନବଙ୍କ ବିରୋଧରେ କାନ୍ଦିଭାଲିରେ ସ୍ଥିତ ସାମତା ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ।

ଖାଲି ଏତିକି ନୁହେଁ ଶ୍ବେତା ଝିଅ ପଲକଙ୍କ ସହ ପୋଲିସ ଷ୍ଟେସନରେ କାନ୍ଦୁଥିବାର ମଧ୍ୟ ନଜର ଆସିଛନ୍ତି । ଆଉ ସେଠାରେ ଶ୍ବେତାଙ୍କ ମା' ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି ଦୀର୍ଘ ସମୟରୁ ଦୁଇଜଣଙ୍କ ମଧ୍ୟରେ ତୁତୁମେଁମେଁ ଲାଗି ରହିଆସୁଥିଲା । ଆଉ ସେତେବେଳେ ପରିସ୍ଥିତି ଅସମ୍ଭାଳ ହୋଇଥିଲା ଯେତେବେଳେ ଅଭିନବ ମଦ ପିଇ ତାଙ୍କ ଝିଅ ପଲକଙ୍କ ଉପରେ ହାତ ଉଠାଇଥିଲେ । ଏହି ଘଟଣାରେ କ୍ରୋଧଭରା ହୋଇ ଥାନାରେ ଅଭିନବଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ଶ୍ବେତା ।

ଶ୍ବେତାଙ୍କ ଅଭିଯୋଗରେ ସାମତା ନଗର ପୋଲିସ ଅଭିନବଙ୍କୁ ଜେରା କରିଥିଲା । ଶ୍ବେତା 2013ରେ ଅଭିନବଙ୍କ ସହ ଦ୍ବିତୀୟ ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହର ତିନି ବର୍ଷ ପରେ ତଥା 2016ରେ ସେ ପୁଅ ରେୟାନସ କୋହିଲଙ୍କୁ ଜନ୍ମଦେଇଥିଲେ । ପୂର୍ବରୁ ଶ୍ବେତା ରାଜା ଚୌଧୁରୀଙ୍କ ସହ ପ୍ରଥମ ବିବାହ କରିଥିଲେ ।

ABOUT THE AUTHOR

...view details