ଓଡିଶା

odisha

ETV Bharat / sitara

ମାଗଣାରେ ଦେଖିବାକୁ ମିଳିବ 'Broken But Beautiful 3'

ଆସନ୍ତା 18 ତାରିଖରେ ଏମଏକ୍ସ ପ୍ଲେୟାରରେ ଷ୍ଟ୍ରିମିଂ ହେବାକୁ ଯାଉଛି ରୋମାଣ୍ଟିକ ସିରିଜ 'Broken But Beautiful 3' । ଅଧିକ ପଢନ୍ତୁ...

By

Published : Jun 16, 2021, 12:31 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବିଗବସ 13 ବିଜେତା ତଥା ଟିଭିର ପପୁଲାର ଆକ୍ଟର ସିଦ୍ଧାର୍ଥ ଶୁକ୍ଲାଙ୍କ ଡିଜିଟାଲ ଡେବ୍ୟୁ ସିରିଜ 'Broken But Beautiful 3' ମେ 29ରେ ଅଲ୍ଟ ବାଲାଜୀ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହୋଇଥିଲା । ପୂର୍ବ ସିଜନ ପରି ଏହି ସିଜନଙ୍କୁ ମଧ୍ୟକୁ ଦର୍ଶକଙ୍କ ବେଶ ଲୋକପ୍ରିୟତା ମିଳିଛି । ଇତିମଧ୍ୟରେ ସିରିଜକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ସମସ୍ତେ । କାରଣ ଏଥର ମାଗଣାରେ ଦେଖିବାକୁ ମିଳିବ ଏହି ସିରିଜ ।

କଥାଟି ହେଲା ଯେ ଭାରତର ଫ୍ରି ଓଟିଟି ପ୍ଲାଟଫର୍ମ ଏମଏକ୍ସ ପ୍ଲେୟାରରେ ଏହି ସିରିଜକୁ ମାଗଣା ଦେଖିପାରିବେ ସମସ୍ତେ । ମଙ୍ଗଳବାର ମେକର୍ସ ଘୋଷଣା କରିଥିଲେ ଯେ ଏହି 10 ଏପିସୋଡ ସିରିଜକୁ ଆସନ୍ତା 18 ତାରିଖରୁ ଏମଏକ୍ସ ପେଲାୟରରେ ଷ୍ଟ୍ରିମିଂ କରାଯିବ ।

ପ୍ରକାଶ ଥାଉକି ଅଲ୍ଟ ବାଲାଜୀର ଏହି ରୋମାଣ୍ଟିକ ସିରିଜରେ ସିଦ୍ଧାର୍ଥଙ୍କ ସହ ରୋମାନ୍ସ କରୁଥିବା ନଜର ଆସୁଛନ୍ତି ଅଭିନେତ୍ରୀ ସୋନିଆ ରାଠୀ । ସେହିପରି ସିରିଜରେ ସିଦ୍ଧାର୍ଥ ଅଗସ୍ତ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୋନିଆଙ୍କୁ ରୁମି ଭୂମିକାରେ ଦେଖିବାକୁ ମିଳୁଛି।

For All Latest Updates

ABOUT THE AUTHOR

...view details