ଓଡିଶା

odisha

ETV Bharat / sitara

KBC ଯାଇ ଅନୁଭୂତି ବାଣ୍ଟିଲେ ଚିତ୍ରରେଖା

ଚଳିତ ବର୍ଷ କେବିସିରେ ହୋଇଛି ପରିବର୍ତ୍ତନ ଲାଇଫ ଲାଇନ ମିଳିନି କଣ୍ଟେଷ୍ଟାଣ୍ଟ ମାନଙ୍କୁ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 20, 2019, 9:47 AM IST

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରେ ରହୁଥିବା ଚିତ୍ରରେଖା ରାଠୌର ଟିଭି ଶୋ କୌନ ବନେଗା କରୋଡପତିର 11 ତମ ସିଜିନର ପ୍ରଥମ କଣ୍ଟେଷ୍ଟାଣ୍ଟ । କେବିସିରେ ପହଞ୍ଚି ରାୟପୁର ଓ ଛତିଶଗଡର ନା ଉଚ୍ଚା କରିଥିବା ଚିତ୍ରରେଖା ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ଏନେଇ ସେ କେବିସି ସହିତ ଯୋଡି ହୋଇଥିବା ତାଙ୍କର ଅନୁଭବ ସବୁ ଆମ ପ୍ରତିନିଧିଙ୍କ ସହ ବାଣ୍ଟିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚିତ୍ରରେଖା ଜଣେ ଆୟୁର୍ବେଦିକ ଡାକ୍ତର ଅଟନ୍ତି । ସେ କହିଛନ୍ତି, ଗତ 5 ବର୍ଷ ଧରି ସେ କେବିସିକୁ ଯିବାକୁ ଚାହୁଁଥିଲେ । ହେଲେ କେବେ ଫୋନ କଲ ଆସୁନଥିଲା । କିନ୍ତୁ ଚଳିତବର୍ଷ ମେ 8 ତାରିଖରେ ତାଙ୍କ ବାହାଘର ଆନିଭର୍ସାରୀ ଦିନ ଫୋନ କଲ ଆସିଥିଲା । ହେଲେ ପ୍ରଥମେ ସେ ଭାବିଥିଲେ ଏହା ମିଛ । ପରେ ଏହି କଥା ଘରେ କହି ଭୋପାଳ ଚାଲିଯାଇଥିଲି । ଏହାପରେ ସେ ଭଲ ପ୍ରଦର୍ଶନ କରିବାପରେ ମୁମ୍ବାଇରେ ଟପ 10ରେ ରହିଥିଲେ ମୀରା ।

ଚିତ୍ରରେଖା ଆହୁରି କହିଛନ୍ତି ସେ ପିଲାଦିନୁ ଅମିତାଭ ବଚ୍ଚନଙ୍କର ଫ୍ୟାନ ବୋଲି । ଆଖି ଆଗରେ ତାଙ୍କୁ ଦେଖିବା ମୋ ପାଇଁ ଏକ ସ୍ବପ୍ନ ସଦୃଶ ଥିଲା । 2 ଦିନ ଧରି ମେତେ ବଚ୍ଚନ ସାରଙ୍କ ସହ କଥା ହେବାର ସୁଯୋଗ ମିଳିଥିଲା । ଖୁସି ତ ବହୁତ ଥିଲି କିନ୍ତୁ କଥା ହେବା ସମୟରେ ଭୟ ମଧ୍ୟ ଲାଗୁଥିଲା । ସେ ଆହୁରି କହିଛନ୍ତି, ସୁଟିଙ୍ଗ ସମୟରେ ବଚ୍ଚନ ସାର ବହୁତ ମଜା ମସ୍ତି କରନ୍ତି। ସେ ଟିଭି ରେ ଦେଖିବାକୁ ଯେମିତି ସତରେ ମଧ୍ୟ ସେ ବହୁତ ହ୍ୟାଣ୍ଡସମ । ଏହା ମୋ ଜୀବନର ସବୁଠୁ ବଡ ସ୍ମୃତି ।

ତାଙ୍କର କହିବାନୂଯାୟୀ, କେବିସିର 11ତମ ଏପିସୋଡରେ ଅନେକ ପରିବର୍ତ୍ତନ କରାଯାଇଛି । ପ୍ରୋଗ୍ରାମର ସବୁଠୁ ମହତ୍ତ୍ବପୂର୍ଣ୍ଣ ଲାଇଫଲାଇନ ଏଥରକ ରଖାଯାଇନଥିଲା । ଚିତ୍ରରେଖାଙ୍କର ସ୍ବାମୀ ଅଶ୍ବିନୀ ରାଠୌର ମଧ୍ୟ ଜଣେ ଆୟୁର୍ବେଦିକ ଡାକ୍ତର ଅଟନ୍ତି । ଆଉ ଚିତ୍ରାଙ୍କର ଏହି ସଫଳତାରେ ପରିବାର ଲୋକ ସମସ୍ତେ ଖୁସିଥିବାବେଳେ ପ୍ରସାରିତ ହେବାକୁ ଥିବା କେବିସର ପ୍ରଥମ ସୋ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details