ଓଡିଶା

odisha

By

Published : Apr 26, 2020, 12:52 PM IST

ETV Bharat / sitara

ରୋମାଣ୍ଟିକ ଅନ୍ଦାଜରେ ‘ରାମାୟଣ’ର ଦିଅର-ଭାଉଜ

ଭାଇରାଲ ହେଲା ସୀତା-ଲକ୍ଷ୍ମଣଙ୍କ ଏକ ପୁରୁଣା ସିରିୟଲର ଫଟୋ । ପରେ ‘ରାମାୟଣ’ରେ ସାଜିଥିଲେ ଦିଅର-ଭାଉଜ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ଲହରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ଲହରୀ

ମୁମ୍ବାଇ: ଲକଡାଉନ ପରଠୁ ଟିଭିରେ ‘ରାମାୟଣ’, ‘ମହାଭାରତ’ ପୁନଃ ପ୍ରସାରଣକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ନିକଟରେ ରାବଣ ବଧ ସହ ଶେଷ ହୋଇଥିଲା ‘ରାମାୟଣ’। ବର୍ତ୍ତମାନ ଲଭ-କୁଶଙ୍କ କାହାଣୀ ଟିଭିରେ ଦେଖିବାକୁ ପାଉଛନ୍ତି ଦର୍ଶକ । ‘ରାମାୟଣ’ ପରେ ‘ଉତ୍ତର ରାମାୟଣ’ର ପୁନଃ ପ୍ରସାରଣ କରାଯାଇଛି । ହେଲେ ‘ରାମାୟଣ’ ପ୍ରସାରଣ ପରଠୁ ଏହାସହ ସମ୍ପୃକ୍ତ ଥିବା ଅନେକ ଜିନିଷ ଧିରେ ଧିରେ କରି ଦର୍ଶକଙ୍କ ସାମ୍ନାକୁ ଆସିବାରେ ଲାଗିଛି ।

‘ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରିଥିଲେ ଦୀପିକା ଚିଖଲିୟା, ସେହିପରି ଲକ୍ଷ୍ମଣ ଭୂମିକାରେ ନଜର ଆସିଥିଲେ ସୁନୀଲ ଲହରୀ। ହେଲେ ଦର୍ଶକଙ୍କୁ ଏହା ଜଣାନାହିଁ ଯେ ‘ରାମାୟଣ’ରେ ଦିଅର-ଭାଉଜ ସାଜିଥିବା ଏହି ଯୋଡି ପରଦାରେ ରୋମାନ୍ସ ମଧ୍ୟ କରିସାରିଛନ୍ତି। ଯାହାର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଘୁରିବୁଲୁଛି।

ସୁନୀଲ ଟ୍ବିଟରେ ଦୀପିକାଙ୍କ ସହ ଏକ ସିରିୟଲର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁଇଜଣଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଛି। ଆଉ ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ଓ ଦୀପିକା ଜି ରାମାୟଣରୁ ପୂର୍ବ ଏକ ସିରିୟଲରେ।’

ABOUT THE AUTHOR

...view details