ଓଡିଶା

odisha

By

Published : May 26, 2020, 12:23 AM IST

ETV Bharat / sitara

ରାମାୟଣର ନାହିଁ ଏକ୍ସପାୟରି ଡେଟ୍: ସୁନୀଲ

ସୁନୀଲ କହିଛନ୍ତି ଯେ ରାମାୟଣ ପରେ ତାଙ୍କୁ ଅନେକ ପୌରାଣିକ ଚରିତ୍ର ମଧ୍ୟ ଅଫର ହୋଇଥିଲା । ହେଲେ ସେ ଅନେକ ଅଫର ଛାଡିଥିଲେ କାରଣ ଏଥିପାଇଁ ସେ ନିଜକୁ ଫିଟ୍ ଭାବନ୍ତି ନାହିଁ । ଅଧିକ ପଢନ୍ତୁ...

ରାମାୟଣର ନାହିଁ ଏକ୍ସପାୟରି ଡେଟ୍: ଲକ୍ଷ୍ମଣ
ରାମାୟଣର ନାହିଁ ଏକ୍ସପାୟରି ଡେଟ୍: ଲକ୍ଷ୍ମଣ

ମୁମ୍ବାଇ: ଲକଡାଉନବେଳେ ପୁଣିଥରେ ଲୋକପ୍ରିୟ ପାଲଟିଛି ସମସ୍ତ ପ୍ରକାର ପୌରାଣିକ ଧାରାବାହିକ । ଟିଆରପିରେ ସବୁ ସିରିଏଲ ଏକ ନମ୍ବରରେ ରହିଛି । ସମସ୍ତ ଚ୍ୟାନେଲ ନିଜର ପୌରାଣିକ ଧାରାବାହିକର ରିପିଟ୍ ଟେଲିକାଷ୍ଟ କରୁଛନ୍ତି । ଆଉ ଏହାପ୍ରତି ଦର୍ଶକଙ୍କ ଆଗ୍ରହ ପ୍ରବଳ ମାତ୍ରାରେ ବଢିଛି । ତେବେ ସବୁଠାରୁ ଅଧିକ ପସନ୍ଦ ପାଲଟିଛି ଦୂରଦର୍ଶନ ଓ ଷ୍ଟାର ପ୍ଲସରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଶୋ ରାମାୟଣ ।

ନିକଟରେ ଏକ ସାକ୍ଷାତକାରରେ ଶୋରେ ଲକ୍ଷ୍ମଣ ଭୂମିକା କରିଥିବା ସୁନୀଲ ଲହରି କହିଛନ୍ତି ଯେ ରାମାୟଣର ପ୍ରଥମ ପର୍ଯ୍ୟାୟ ଦର୍ଶକ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ରହିଛନ୍ତି । ଏହି ଶୋ ଏକ ଏଭରଗ୍ରୀନ ଶୋ । ଏହାର କେବେବି କୌଣସି ଏକ୍ସପାୟରି ଡେଟ୍ ନାହିଁ । ଯେବେବି ଏହା ରିପିଟ ଟେଲିକାଷ୍ଟ ହେବ ସବୁବେଳେ ଦର୍ଶକଙ୍କ ଭଲ ପାଇବା ଜାରି ରହିବ । ଲୋକଙ୍କ ଭାବାବେଗ ସହ ଏହା ଜଡିତ । ସେହିପରି ଜୀବନର ଅନେକ ମୂଲ୍ୟବୋଧର ଶିକ୍ଷା ଦେଇଛି ରାମାୟଣ । ପାରିବାରିକ ସମ୍ପର୍କ ଓ ଏକାଠି ରହିବାର କଳା ଶିଖାଇଛି ରାମାୟଣ ।

ପ୍ରକାଶ ଥାଉ କି 1987-88ରେ ଏହା ବିଶ୍ବର ସର୍ବାଧିକ ଦେଖିଥିବା ଶ୍ରେଷ୍ଠ ପୌରାଣିକ ଧାରାବାହିକର ମାନ୍ୟତା ପାଇଥିଲା । ଯାହା ଜୁନ 2003 ଯାଏଁ ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲା । 1987-88ରେ ବିଶ୍ବ ସାରା ଏହାକୁ ସର୍ବାଧିକ ଲୋକ ଦେଖିଥିଲେ । ଏନେଇ ସୁନୀଲ କହନ୍ତି ଯେ ଶୋର ପ୍ରଥମ କିଛି ଏପିସୋଡକୁ ଏତେ ଭଲ ପ୍ରତିକ୍ରିୟା ମିଳିନଥିଲା । ଯେତେବେଳେ ଏହା ଆରମ୍ଭ ହୋଇଥିଲା ପ୍ରଥମେ ଲୋକେ ଏହା ବିଷୟରେ ଏତେ ଆଗ୍ରହ ଦେଖାଇନଥିଲେ ।

ତେବେ ଷଷ୍ଠ-ସପ୍ତମ ଏପିସୋଡରୁ ରାମାୟଣକୁ ଚତ୍ମକାର ରେସପନ୍ସ ମିଳିଥିଲା । ଲୋକ ଏହାପାଇଁ ପାଗଳ ହୋଇଥିଲେ । କଳାକାରମାନେ ଯୁଆଡେ ଯାଉଥିଲେ ସେମାନଙ୍କ ପଛରେ ଲାଗୁଥିଲା ଭିଡ । ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ଶୋ । କଳାକାରଙ୍କୁ ପ୍ରକୃତ ଭଗବାନ ଭଳି ସମସ୍ତେ ପୂଜିଥିଲେ । ସୁନୀଲ କହିଛନ୍ତି ଯେ ଆଜି ସେ ରାମାୟଣ ଯୋଗୁଁ ଅନେକ ଗର୍ବିତ । ଲୋକଙ୍କ ଭଲ ପାଇବା ତାଙ୍କୁ ବହୁତ ଆନନ୍ଦ ଦେଇଛି । ଏଥିପାଇଁ ସେ ଅନେକ ଫିଲ୍ମ ହାତଛଡା କରିଥିଲେ ମଧ୍ୟ ଦୁଃଖ ନାହିଁ ବୋଲି କହିଛନ୍ତି । ଦର୍ଶକ ଓ ପ୍ୟାନ୍ସଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ଏହାସହ ସେ କହିଛନ୍ତି ରାମାୟଣ ପରେ ତାଙ୍କୁ ଅନେକ ପୌରାଣିକ ଚରିତ୍ର ମଧ୍ୟ ଅଫର ହୋଇଥିଲା । ହେଲେ ସେ ଅନେକ ଅଫର ଛାଡିଥିଲେ କାରଣ ଏଥିପାଇଁ ସେ ନିଜକୁ ଫିଟ୍ ଭାବନ୍ତି ନାହିଁ । ଲକ୍ଷ୍ମଣ ଚରିତ୍ରରେ ତାଙ୍କ ଅଭିନୟ ବହୁତ ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥିଲା । ଏହାପରେ ସେ ଅନେକ ଆକ୍ସନ, ରୋମାଣ୍ଟିକ ଫିଲ୍ମ ମଧ୍ୟ କରିଛନ୍ତି ବୋଲି କହିଛନ୍ତି । ତେବେ ଫିଲ୍ମରେ ସଫଳତା ହିଁ କହେ ଜଣେ ଅଭିନେତା କେତେ ଲୋକପ୍ରିୟ ତାହା ଜଣାପଡେ । ସେ ଭଲ କି ଖରାପ ଏକଥା ଲୋକେ ପଛରେ ବିଚାର କରନ୍ତି ବୋଲି ସୁନୀଲ କହିଛନ୍ତି ।

ABOUT THE AUTHOR

...view details