ଓଡିଶା

odisha

ETV Bharat / sitara

ନିଶ୍ବାସ ଗଲା ପରେ ଆସିଲା ସିଦ୍ଧାର୍ଥଙ୍କ ‘ଅଧୁରା’ ପୋଷ୍ଟର

ଶେଷଥର ପାଇଁ ପରଦାରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଳା ଏବଂ ସେହନାଜ ଗିଲ । ସିଡଙ୍କ ଶେଷ ଆଲବମ ପୋଷ୍ଟର ରିଲିଜ । ଅଧିକ ପଢନ୍ତୁ...

By

Published : Oct 16, 2021, 12:56 PM IST

Sidharth Shukla, Shehnaaz Gill's 'Adhura' song's poster release
ରିଲିଜ୍ ହେଲା ସିଦ୍ଧାର୍ଥ ଶୁକ୍ଳାଙ୍କ ଶେଷ ଆଲବମ୍ 'ଅଧୁରା' ପୋଷ୍ଟର

ମୁମ୍ବାଇ: ଶେଷଥର ପାଇଁ ପରଦାରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଳା ଏବଂ ସେହନାଜ ଗିଲ୍ । ମୃତ୍ୟୁ ପୂର୍ବରୁ ସୁଟିଂ କରିଥିବା ସିଦ୍ଧାର୍ଥଙ୍କ ଶେଷ ଆଲବମର ପୋଷ୍ଟର ରିଲିଜ୍ ପରେ ଭାବବିହ୍ବଳ ଫ୍ୟାନ୍ସ ।

ଆଲବମ୍ 'ଅଧୁରା' ଜରିଆରେ 'ସିଡନାଜ୍' ଯୋଡିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଗତ ସେପ୍ଟେମ୍ବର ୨ ରେ ସିଦ୍ଧାର୍ଥଙ୍କ ଅଚାନକ ବିୟୋଗ ସମସ୍ତଙ୍କୁ ଚକିତ କରିଥିଲା । ଏପରିକି ସିଦ୍ଧାରଙ୍କ କୋଟି କୋଟି ଫ୍ୟାନ୍ସ ଏବଂ ସମର୍ଥକ ମଧ୍ୟ ତାଙ୍କ ବିୟୋଗରେ ମର୍ମାହତ ହୋଇଥିଲେ । ବିଗବସ୍ ସିଜନ-୧୩ ର ବିଜୟ ପରେ ଘରେ ଘରେ ପରିଚିତ ହୋଇଥିଲେ ସିଦ୍ଧାର୍ଥ ।

ତେବେ ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲ୍‌ଙ୍କ ଶେଷ ଆଲବମ୍‌ ଭିଡିଓ ‘ଅଧୁରା’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହାର ପୋଷ୍ଟର ରିଲିଜ୍ ହେବା ପରେ ଭାବୁକ ହୋଇପଡିଛନ୍ତି ସିଡଙ୍କ ଫ୍ୟାନ୍ସ । ମୃତ୍ୟୁ ପୂର୍ବରୁ ସିଦ୍ଧାର୍ଥ ଏହି ଆଲବମରେ କାମ କରୁଥିଲେ ।

ପ୍ରଥମେ ଆଲବମର ନାମ ‘ହାବିଟ୍‌’ ରଖାଯାଇଥିଲା । ମାତ୍ର ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ନିର୍ମାତାମାନେ ଏହାକୁ ବଦଳାଇ 'ଅଧୁରା' ରଖିଛନ୍ତି । ଆଲବମ୍ ପୋଷ୍ଟରେ ଏକ ସୁନ୍ଦର ଟ୍ୟାଗ ଲାଇନ ରଖାଯାଇଛି, ଯାହାର ନାମ ରହିଛି 'ଏକ ଅଧୁରା ଗୀତ, ଏକ ଅଧୁରା କାହାଣୀ' । ଆଲବମର ରିଲିଜ୍ ଡେଟ୍ ଘୋଷଣା ହୋଇ ନ ଥିବାବେଳେ ଶ୍ରେୟା ଘୋଷାଲ ଏହାର କଣ୍ଠଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details