ଓଡିଶା

odisha

By

Published : Jun 4, 2020, 2:13 PM IST

ETV Bharat / sitara

ସବୁଠୁ ପ୍ରିୟ ଧାରାବାହିକ ‘ଶ୍ରୀକ୍ରିଷ୍ଣା’

ଟିଆରପିର 20ତମ ତାଲିକାରେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କଲା ପୌରାଣିକ ଧାରାବାହିକ ‘ଶ୍ରୀକ୍ରିଷ୍ଣା’।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲକଡାଉନରେ ଲୋକଙ୍କ ମନୋରଞ୍ଜନ ପାଇଁ କିଛି ଲୋକପ୍ରିୟ ପୌରାଣିକ ଧାରାବାହିକ ପୁନଃ ପ୍ରସାରଣ କରିଥିଲା କିଛି ଚ୍ୟାନେଲ । ମୁଖ୍ୟକଥା ହେଲା ପୂର୍ବରୁ ଲୋକପ୍ରିୟ ହାସିଲ କରିସାରିଥିବା ଏହି ଧାରାବାହିକ ଏବେ ମଧ୍ୟ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଛି । ଦୂରଦର୍ଶନ ସହ ଅନ୍ୟ କିଛି ଚ୍ୟାନେଲ 80-90 ଦଶକର ଅନେକ ଧାରାବାହିକର ପୁନଃ ପ୍ରସାରଣ କରିଛି । ଏବେ 2020ର 20ତମ ଟିଆରପି ତାଲିକା ଜାରି ହୋଇଯାଇଛି । ସେହିପରି ପୁଣିଥରେ ପ୍ରଥମ ଦୁଇଟି ସ୍ଥାନରେ ପୌରାଣିକ ଧାରାବାହିକ ସ୍ଥାନ ପାଇଛି । ତେବେ ଆସନ୍ତୁ ନଜର ପକାଇବା ଟପ 5 ଧାରାବାହିକ ଉପରେ...

ବାଜି ମାରିଲା ‘ଶ୍ରୀକ୍ରିଷ୍ଣା’

ଲକଡାଉନରେ ‘ମହାଭାରତ’ ଓ ‘ରାମାୟଣ’ ଏକାଠି ପ୍ରସାରଣ ହେଉଥିଲା । ଆଉ ଯେବେ ଏହି ଦୁଇଟି ଶୋ ଶେଷ ହେଲା ତେବେ ‘ଶ୍ରୀକ୍ରିଷ୍ଣା’ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇପାରିଥିଲା । ଦର୍ଶକ ଏହି ଧାରାବାହିକକୁ ଏତେ ପସନ୍ଦ କରୁଛନ୍ତି ଯେ 20 ସପ୍ତାହର ଟିଆରପି ତାଲିକାରେ ଏହା ପ୍ରଥମରେ ସ୍ଥାନ ପାଇଛି । ପୁଣିଥରେ ସବୁ ଧାରାବାହିକକୁ ପଛରେ ପାଇକାଇ ନଂ 1ରେ ରହିଛି ଏହି ଶୋ ।

ଦ୍ବିତୀୟରେ ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ ସ୍ଥାନ ପାଇଛି । ମଡର୍ଣ୍ଣ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ମହାଭାରତର ପ୍ରଥମେ ବହୁତ ସମାଲୋଚନା କରାଯାଇଥିଲା । ହେଲେ ପରେ ଏହି ଧାରାବାହିକ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇପାରିଥିଲା । ଯାହାଦ୍ବାରା ଆଜି ମଧ୍ୟ ଏହାର ଚାହିଦା ବଢିଚାଲିଛି ।

ସେହିପରି ତୃତୀୟରେ ‘ବିଷ୍ଣୁ ପୁରାଣ’ ସ୍ଥାନ ପାଇଥିବା ବେଳେ ଚତୁର୍ଥରେ ‘ଦେବୋଂ କେ ଦେବ ମହାଦେବ’ ରହିଛି । ଆଉ ପଞ୍ଚମ ସ୍ଥାନରେ ‘ବାବା ଐସେ ବର ଢୁଣ୍ଢୋ’ । ଯାହା ପ୍ରଥମଥର ଟିଆରପି ଲିଷ୍ଟରେ ସ୍ଥାନ ପାଇଛି ।

ABOUT THE AUTHOR

...view details