ମୁମ୍ବାଇ: ରାମାନନ୍ଦ ସାଗରଙ୍କ କ୍ଲାସିକ ହିଟ 'ରାମାୟଣ'ରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରିଙ୍କ କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୁନୀଲ ଲହରିଙ୍କ ଏହି ସୁନ୍ଦର ଫଟୋ ଦେଖି ଲୋକମାନେ ତାଙ୍କ ସୁନ୍ଦର ଚେହେରାକୁ ପ୍ରଶଂସା କରୁଛନ୍ତି । ଡିଡିରେ ପ୍ରସାରିତ 'ରାମାୟଣ' ଅଭିନୀତ ଲକ୍ଷ୍ମଣ ଚରିତ୍ର ପାଇଁ ସେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଆଉ ଏବେ ତାଙ୍କର ଭାଇରାଲ ହୋଇଥିବା ପୁରୁଣା ଫଟୋ ଗୁଡିକୁ ବହୁ ସଂଖ୍ୟାରେ ଲାଇକ ମିଳିବା ସହ ଅନେକ ମନ୍ତବ୍ୟ ମଧ୍ୟ ଆସୁଛି ।