ଓଡିଶା

odisha

By

Published : Aug 29, 2020, 10:48 PM IST

ETV Bharat / sitara

ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା: ଆଇସିୟୁରେ ଭର୍ତ୍ତି ଇଣ୍ଡିଆନ ଆଇଡଲ ପ୍ରତିଯୋଗୀ ରେଣୁ

ପୁଣି ସାମ୍ନାକୁ ଆସିଲା ଆତ୍ମହତ୍ୟା ମାମଲା । ଏଥର ଇଣ୍ଡିଆନ ଆଇଡଲ ପ୍ରତିଯୋଗୀ ରେଣୁଙ୍କ ବୟଫ୍ରେଣ୍ଡି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଣୁ ନାଗର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରେଣୁ ନାଗର

ମୁମ୍ବାଇ: ରାଜସ୍ଥାନର ଅଲବର ସହରରୁ ଛୋଟ ପରଦାର ରିୟାଲିଟି ଶୋ ଇଣ୍ଡିଆନ ଆଇଡଲରେ ଭାଗ ନେଇସାରିଥିବା ସିଙ୍ଗର ରେଣୁ ନାଗରଙ୍କୁ ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ବିଗିଡିବାର କାରଣ ହେଲା ଯେ ଶୁକ୍ରବାର ରାତିରେ ତାଙ୍କ ବୟଫ୍ରେଣ୍ଡ ପ୍ରେମି ରବି ନଟ ବିଷ ପିଅ ଆତ୍ମହତ୍ୟା କରିଛନ୍ତି । ଏହି ଖବର ଶୁଣି ରେଣୁ ସହିପାରିନଥିଲେ ଆଉ ଅଚେତ ହୋଇପଡିଥିଲେ । ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ରବିଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ହସ୍ପିଟାଲ ବାହାରେ ଝଗଡା କରିଥିଲେ । ଯାହାପରେ ପୋଲିସ ସେଠାରେ ପହଞ୍ଚି ଭିଡ କମ କରିଥିଲା । ଏବେ ପୋଲିସ ରବିଙ୍କ ଆତ୍ମହତ୍ୟାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ପ୍ରକାଶ ଥାଉକି, ରବିଙ୍କ ଆତ୍ମହତ୍ୟାର ପାଇଁ ପରିବାର ପକ୍ଷରୁ ରେଣୁଙ୍କ ସହ ହସ୍ପିଟାଲର କିଛି ଡାକ୍ତରଙ୍କୁ ଦାୟୀ କରାଯାଇଛି । ଖାଲି ଏତିକି ନୁହେଁ ରେଣୁ ରବିଙ୍କୁ ହଇରାଣ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ରବିଙ୍କ ଭାଇ ।

ABOUT THE AUTHOR

...view details