ମୁମ୍ବାଇ: ପୁଣି ଟ୍ରୋଲର୍ସଙ୍କ ଶୀକାର ହେଲେ ମଲାଇକା ଅରୋରା। ସବୁବେଳେ ଫିଟ୍ ରହୁଥିବା ମଲାଇକା ଏଥର ନିଜ ଫିଟ୍ନେସର ଫଣ୍ଡା ଶେୟାର କରି ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି।
ନିକଟରେ ମଲାଇକା ସୋସିଆଲ ମିଡିଆରେ ଏକ ଫିଟନେସ୍ ଭିଡିଓ ସେୟାର କରିଥିଲେ। ଏହି ଭିଡିଓକୁ ସେୟାର କରିବା ସହ ନିଜର ଫିଟ୍ନେସ୍ର ସିକ୍ରେଟ ମଧ୍ୟ କହିଥିଲେ। ହେଲେ ୟୁଜର୍ସଙ୍କୁ ତାଙ୍କ ଲୁକ୍ ବେଶ୍ କିଛି ପସନ୍ଦ ଆସିନଥିଲା । ଖୁବ୍ ଦୁର୍ବଳ ଦେଖାଯାଉଥିବା କାରଣରୁ ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା।
ସେହି ଭିଡିଓରେ ମଲାଇକା ଖାଇବା ଟେବୁଲ୍ ଉପରେ ନଜର ଆସୁଛନ୍ତି । ଏହି ଭିଡିଓରେ ସେ ନିଜର ସୌନ୍ଦର୍ଯ୍ୟର ରାଜ ଖୋଲିଥିଲେ । ଏହାସହ ସେ ତାଙ୍କ ଫ୍ୟାନ୍ସ କିପରି ଫିଟ୍ ରହିବେ ସେନେଇ କିଛି ଟିପ୍ସ ଦେଇଥିଲେ । କିନ୍ତୁ ଏହା ତାଙ୍କ ଉପରେ ଭାରି ପଡିଥିଲା ।