ଓଡିଶା

odisha

ETV Bharat / sitara

ଶାନ୍ତି ପାଇଁ କଶ୍ମୀରରେ କେବିସି - D D kashmir

ଅମିତାଭ ବଚ୍ଚନଙ୍କ ବହୁ ଚର୍ଚ୍ଚିତ ଶୋ' 'କୌନ୍ ବନେଗା କରୋଡପତି' ଏବେ କଶ୍ମୀର ଭାଷାରେ ମଧ୍ୟ ପ୍ରସାରିତ ହେବ । ଅପ୍ରିଲ 29ରୁ ଡିଡି କଶ୍ମୀରରେ ପ୍ରସାରିତ ହେବ 'କେବିସି କାଶ୍ମୀର' । ଗୃହ ମନ୍ତ୍ରଣାଳୟ କଶ୍ମୀରରେ ଶାନ୍ତି ପାଇଁ ଆରମ୍ଭ କରିବ ଶୋ' ।

ଫାଇଲ ଫଟୋ

By

Published : Apr 29, 2019, 2:46 PM IST

ହାଇଦ୍ରାବାଦ: ପପୁଲାର ଗେମ ଶୋ' 'କୌନ୍ ବନେଗା କରୋଡପତି' ଏବେ କଶ୍ମୀରୀ ଭାଷାରେ ଟେଲିକାଷ୍ଟ କରାଯିବ । ଏଥିପାଇଁ ଗୃହ ମନ୍ତ୍ରଣାଳୟ ଇଚ୍ଛା ପ୍ରକାଶ କରିଛି । 29 ଅପ୍ରିଲରୁ 'କେବିସି କଶ୍ମୀର' ନାମରେ ଡିଡି କଶ୍ମୀରରେ ପରିବେଷଣ କରାଯିବ । ଏହି ଶୋ'କୁ ହୋଷ୍ଟ କରିବେ କଶ୍ମୀରୀ ଅଭିନେତା ତଥା କମେଡିଆନ ରୟିଜ ମୋହିଉବ୍ଦିନ । ଶୋ' 29 ଅପ୍ରିଲରୁ ଆରମ୍ଭ ହୋଇ 6 ଜୁଲାଇ ପର୍ଯ୍ୟନ୍ତ ଚାଲିବ ।

କେବିସି ହିନ୍ଦି ଛଡା ଅନ୍ୟ ଭାଷାମାନଙ୍କରେ ମଧ୍ୟ ପ୍ରସାରିତ ହୋଇଛି । ତେବେ ଗୃହ ମନ୍ତ୍ରଣାଳୟ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏପରି ପଦକ୍ଷେପ ନେଇଛି । ଗତ ବର୍ଷ ଗୃହ ମନ୍ତ୍ରଣାଳୟ ଏଥିପାଇଁ ଯୋଜନା କରିଥିଲା । ରାଷ୍ଟ୍ରଭିତ୍ତିକ, ଧର୍ମନିରପେକ୍ଷ, ଲୋକତନ୍ତ୍ର ଭିତ୍ତିକ ଶୋ' ର ଆରମ୍ଭ କରାଯାଉ , ଯେଉଁଥିରେ କି ଲୋକେ ପ୍ରଭାବିତ ହୋଇପାରେ । ଏଥିରେ ସରକାରଙ୍କ ଦ୍ବାରା କଶ୍ମୀରରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କୁ ସୂଚନା ଦିଆଯିହ ।

ଯେଉଁମାନେ କଶ୍ମୀରୀ ଭାଷା କହିପାରୁଛନ୍ତି, ସେମାନେ ଏହି ଶୋ'ରେ ଭାଗ ନେଇପାରିବେ । ଏ ପର୍ଯ୍ୟନ୍ତ ପ୍ରାୟ 1,20,000 ଲୋକ ରେଜିଷ୍ଟର କରିସାରିଲେଣି । ପ୍ରାୟ 15,000 ଲୋକଙ୍କୁ ସଟଲିଷ୍ଟେଡ କରାଯାଇଛି । ସେମାନେ ଆଗ 20 ମାର୍କର ଅବଜେକ୍ଟଟିଭ ଦେବେ ପରେ ସେମାନଙ୍କ ଭିତରୁ ଚୟନ ହୋଇଥିବା ପ୍ରତିଯୋଗୀ ଶୋ'ରେ ଖେଳିପାରିବେ ।

ABOUT THE AUTHOR

...view details