ଓଡିଶା

odisha

ETV Bharat / sitara

କେବିସି ବିଜେତାଙ୍କୁ ରାଜ୍ୟଦୂତ ପଦବୀ

କେବିସି-11ର ଦ୍ବିତୀୟ କୋଟିପତି ବବିତା ତାରେଙ୍କୁ ସଫଳତା । ମହାରାଷ୍ଟ୍ରର ନିର୍ବାଚନ ଆୟୋଗ ଦେଇଛି ନୂଆ ଦାୟିତ୍ବ ।

By

Published : Oct 3, 2019, 11:38 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ହାଇଦ୍ରାବାଦ: ଟେଲିଭିଜନର ପପୁଲାର ରିଆଲିଟି ଶୋ' କେବିସି-11ରେ 1କୋଟି ଜିତିଥିବା ମହାରାଷ୍ଟ୍ରର ବବିତା ତାରେଙ୍କୁ ମହାରାଷ୍ଟ୍ର ବିଧାନସଭା ଦାୟିତ୍ବ ଦେଇଛି । ନିର୍ବାଚନ ପୂର୍ବରୁ ହିଁ ଆୟୋଗ ଏସଭିଇଇପି(Systematic voters education and electrol participation) କାର୍ଯ୍ୟକ୍ରମ ପାଇଁ ଅମରାବତୀ ଜିଲ୍ଲାର ରାଜ୍ୟଦୂତ ଭାବରେ ନିଯୁକ୍ତ କରିଛି ।

ମତଦାତାଙ୍କ ମଧ୍ୟରେ ସଚେତନତା ଓ ସାକ୍ଷରତାର ବୃଦ୍ଧି କରିବା ପାଇଁ ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ । ମହାରାଷ୍ଟ୍ରରେ ଏକ ସ୍କୁଲରେ ମି-ଡେ ମିଲ୍ ତିଆରି କରୁଥିବା ବବିତା ତାରେ କେବିସି-11ରେ 1 କୋଟି ଟଙ୍କା ଜିତିବା ପରେ ଚର୍ଚ୍ଚାରେ ଆସିଥିଲେ । ତେବେ ମଙ୍ଗଳବାର ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବବିତାଙ୍କୁ ଏହି ନୂଆ ଦାୟିତ୍ବ ପ୍ରଦାନ କରିଥିଲେ ।


ଏହାକୁ ନେଇ ବବିତା ଖୁସି ପ୍ରକାଶ କରିଥିଲେ ଓ ସମସ୍ତଙ୍କୁ ମତଦାନ କରିବା ଉଚିତ୍ ବୋଲି କହିଥିଲେ ସେ । ଅନ୍ୟପକ୍ଷେ କେବିସିର ଅନୁଭୁତି ମଧ୍ୟ ପ୍ରକାଶ କରିଥିଲେ ।

ABOUT THE AUTHOR

...view details