ଓଡିଶା

odisha

ETV Bharat / sitara

ଟିଆରପି ଲିଷ୍ଟରୁ ବାଦ ପଡିଲା କପିଲଙ୍କ ଶୋ

ଏହି ସପ୍ତାହର ଟିଆରପି ତାଲିକା ଜାରି ହୋଇଯାଇଛି । ଆଉ ଏଥର ଟପ 10ରେ ମଧ୍ୟ ସ୍ଥାନ ପାଇପାରିନାହିଁ କପିଲଙ୍କ 'କମେଡି ଶୋ ଦ କପିଲ ଶର୍ମା' ।

By

Published : Jul 13, 2019, 12:27 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

ମୁମ୍ବାଇ: ଛୋଟ ପରଦାରେ ଟିଆରପି ରେଟିଂରେ ସବୁ ସପ୍ତାହରେ ଉତ୍‌ଥାନ ପତନ ଦେଖିବାକୁ ମଳିଥାଏ । ଏହି ସପ୍ତାହରେ ମଧ୍ୟ ଟିଆରପିରେ ତାଲିକାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦର୍ଶକଙ୍କୁ ନିରାଶ କଲା ଭଳି ଖବର ସାମ୍ନାକୁ ଆସିଛି । ଟେଲି ଜଗତରେ ସବୁଠାରୁ ପପୁଲାର ଶୋ ତଥା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ ଏହି ଟିଆରପର ଟପ 10ରେ ନିଜ ସ୍ଥାନ ସ୍ଥାପନ କରିବାରେ ଅସଫଳ ହୋଇଛି । ଯାହାକୁ ନେଇ ଅସନ୍ତୋଷ ମେକର୍ସ ।

ତେବେ ଆସନ୍ତୁ ନଜର ପକାଇବା ଟପ 5 ତାଲିକାରେ ଥିବା ଧାରାବାହିକ ଉପରେ...

ଏହି ସପ୍ତାହର ଟିଆରପି ଲିଷ୍ଟ ଜାରି ହୋଇସାରିଛି । ଆଉ ଏଥର ଟିଭିରେ 'ସୁପରଷ୍ଟାର ସିଙ୍ଗର ସିଙ୍ଗିଂ କା କଲ'ର ଶୋ ଆସିବା ମାତ୍ରେ ଟିଆରପିର ଟପ 5ରେ ସ୍ଥାନ ପାଇବାରେ ସଫଳ ହୋଇଛି । ଏହି ରିୟାଲିଟି ଶୋ ନିଜ ଡେବ୍ୟୁ ସପ୍ତାହରେ ଅନେକ ବଡ ଶୋକୁ ପଛରେ ପକାଇଦେଇଛି ।

ସବ ଟିଭିରେ ଲୋକପ୍ରିୟ କମେଡି ଶୋ 'ତାରଖ ମେହେତା ଉଲ୍ଟା ଚଷମା' ସବୁଥର ପରି ଏଥର ମଧ୍ୟ ଟପ 5ରେ ସ୍ଥାନ ପାଇଛି ।

ଟେଲିଭିଜନରେ ସ୍ମୃତି ଝା ଓ ସବ୍ବୀର ଆହଲୁୱାଲିୟାଙ୍କ ଶୋ 'କୁମକୁମ ଭାଗ୍ୟ' ଗତ ଟିଆରପି ଲିଷ୍ଟରେ ଯେଉଁଠାରେ ଦ୍ବିତୀୟ ସ୍ଥାନରେ ଥିଲା, ଏବେ ଏହି ଶୋ ତୃତୀୟ ସ୍ଥାନକୁ ଆସିଯାଇଛି ।

ସେହିପରି ଗତ ସପ୍ତାହର ଟିଆରପି ଲିଷ୍ଟରେ ଚତୁର୍ଥ ସ୍ଥାନରେ ଥିବା 'କୁଣ୍ଡଲୀ ଭାଗ୍ୟ' ଏଥର ଦ୍ବିତୀୟ ସ୍ଥାନକୁ ଆସିଯାଇଛି ।

ଅନ୍ୟପଟେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଶୋ 'ୟେ ରିସ୍ତା କ୍ୟା କହଲାତା ହେ' ନିଜ ଦମଦାର କାହାଣୀ ଜରିଆରେ ଦର୍ଶକଙ୍କ ମନ କିଣିବା ସହ ପ୍ରଥମ ସ୍ଥାନ ହାସିଲ କରିବାରେ ସଫଳ ହୋଇଛି ।

For All Latest Updates

ABOUT THE AUTHOR

...view details