ଓଡିଶା

odisha

ETV Bharat / sitara

CONFIRM: ପୁଣି ଶୁଣିବେ ‘ହେ ମା' ମାତାଜୀ’

ସବ୍ ଟିଭିରେ ପୁଣି ଶୁଣିବାକୁ ମିଳିବ ହେ ମା' ମାତାଜୀ । କାରଣ ଶୋ'କୁ ଫେରୁଛନ୍ତି ଦିଶା ବକାନୀ । ଦୟାବେନ ଚରିତ୍ରରେ ପୁଣି ଆସିବେ ନଜର ।

By

Published : Sep 29, 2019, 12:43 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ‘ତାରକା ମେହେତା କା ଉଲଟା ଚଷମା’ର ଫେମ୍ ଦୟାବେନ୍ ଖୁବ ଶୀଘ୍ର ଶୋ'କୁ ଫେରିବେ । ସେ ପୁଣି ବିନା କୌଣସି ରିପ୍ଲେସମେଣ୍ଟରେ, ଶୋ'କୁ ଫେରିବେ ଦୟାବେନ୍ । ଦିଶା ବକାନୀଙ୍କ ଶୋ'କୁ ଫେରିବା ନେଇ ସୂଚନା ଦେଇଛନ୍ତି ପ୍ରଯୋଜକ ଅସିତ୍ କୁମାର ମୋଦି ।

କେବଳ ଗୋଟିଏ ମାସର ଅପେକ୍ଷା ଓ ଫେରିବେ ଦିଶା । ଏଥିପାଇଁ ଫ୍ୟାନ୍ସଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । 2017ରେ କନ୍ୟା ସନ୍ତାନର ଜନନୀ ହେବା ପରେ ଶୋ'କୁ ଅଲବିଦା କହିଥିବା ଦିଶା ଖୁବ ଶୀଘ୍ର ଫେରିବେ ।

ଦୁଇ ବର୍ଷକୁ ଶୋ'ରେ ନଜର ଆସିନଥିଲେ ଦୟା । ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଧିରେ ଧିରେ ଟିଆରପି କମିବାକୁ ଲାଗିଥିଲା । ତେବେ ଏଯାଏଁ ଦିଶା ବକାନି କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ABOUT THE AUTHOR

...view details