ଓଡିଶା

odisha

ETV Bharat / sitara

ନେଟଫ୍ଲିକ୍ସରେ 'ହସମୁଖ' ପ୍ରସାରଣ ସ୍ଥଗିତ କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ହାସ୍ୟ ଅଭିନେତା, ଵୀର୍ ଦାସ ଅଭିନୀତ ନୂତନ ୱେବ ସିରିଜ୍, 'ହସମୁଖ'ର ପ୍ରସାରଣ ସ୍ଥଗିତ ରଖିବା ସହିତ ଏହା ଉପରେ ଥିବା ମଧ୍ୟକାଳୀନ ଅନୁଦାନକୁ ମଧ୍ୟ ଖାରଜ କରି ଦେଇଛନ୍ତି । ଅଧିକ ପଢନ୍ତୁ...

Delhi HC refuses to grant interim stay on airing of Netflix's 'Hasmukh'
ନେଟଫ୍ଲିକ୍ସରେ 'ହସମୁଖ' ପ୍ରସାରଣ ସ୍ଥଗିତ କଲେ ଦିଲ୍ଲୀ ହାଇକୋର୍ଟ

By

Published : May 6, 2020, 12:05 AM IST

Updated : May 6, 2020, 12:13 AM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ହାସ୍ୟ ଅଭିନେତା, ଵୀର୍ ଦାସ ଅଭିନୀତ ନୂତନ ୱେବ ସିରିଜ୍, 'ହସମୁଖ'ର ପ୍ରସାରଣ ସ୍ଥଗିତ ରଖିବା ସହିତ ଏହା ଉପରେ ଥିବା ମଧ୍ୟକାଳୀନ ଅନୁଦାନକୁ ମଧ୍ୟ ଖାରଜ କରି ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେରେ ଦିଲ୍ଲୀ କୋର୍ଟ ଏହା କହିଛନ୍ତି ଯେ, ଏହି ଧାରାବାହିକରେ ଆଇନଜୀବୀମାନଙ୍କୁ ଅସଦାଚରଣ କରାଯିବା ଭଳି ଏବଂ ଓକିଲମାନଙ୍କୁ ଅପମାନିତ କଲା ଭଳି ଦୃଶ୍ୟକୁ ସ୍ଥାନିତ କରାଯାଇଛି । ଯାହା ନେଟଫ୍ଲିକ୍ସ ଭଳି ଏକ ଲୋକାଦୃତ ଚ୍ୟାନେଲରେ ପ୍ରସାରଣ କରିବା ଆପତ୍ତିଜନକ ।

ଆଇନଜୀବୀ ସଞ୍ଜୀବ ସଚଦେବ, ଓକିଲ ଆଶୁତୋଷ ଦୁବେଙ୍କ ଦ୍ବାରା ପଠାଯାଇଥିବା ଆବେଦନକୁ ଖାରଜ କରି 'ହସମୁଖ'ର ପ୍ରସାରଣ ଉପରେ ସ୍ଥାୟୀ ନିର୍ଦ୍ଦେଶ ମାଗୁଥିବା ମୁଖ୍ୟ ଆବେଦନକୁ ବିଚାରାଧୀନ ଭାବେ ତାଲିକାଭୁକ୍ତ କରିଛନ୍ତି । ଏଥିସହ ଏହାର ଶୁଣାଣି ପାଇଁ ଜୁଲାଇ ମାସ ଧାର୍ଯ୍ୟ କରିଛନ୍ତି ।

ଅପରପକ୍ଷରେ ନେଟଫ୍ଲିକ୍ସର ସପକ୍ଷରେ ଥିବା ଓକିଲ, ସାଇକ୍ରିଷ୍ଣା ରାଜାଗୋପାଲ କହିଛନ୍ତି ଯେ, ହସମୁଖ ଧାରାବାହିକରେ କୌଣସି ଅଶାଳୀନ ମନ୍ତବ୍ୟ ଦିଆଯାଇନାହିଁ ଏବଂ ସମସ୍ତ ପାତ୍ର ଏବଂ ଘଟଣା ସମ୍ବିଧାନ ଆଧାରରେ ଅଭିନୀତ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଧାରାବାହିକରେ ଓକିଲଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ କୌଣସି ସଙ୍ଗୀନ ମନ୍ତବ୍ୟ ପ୍ରକାଶ କରାଯାଇନାହିଁ ।

ତେବେ ଉଲ୍ଲେଖଯୋଗ୍ୟ ଯେ ହସମୁଖ ଧାରାବାହିକକୁ ନିଖିଲ ଗୋନସାଲଭେ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ରଣଭୀର ଶୁରୀ, ମନୋଜ ପହୱା, ଅମ୍ରିତା ବାଗଚି, ସୁନିଲ ନାୟାର, ଇନାମ-ଉଲ-ହକ ଏବଂ ରଜା ମୁରାଦ କାମ କରିଛନ୍ତି । ଏହା ଏପ୍ରିଲ 17ରେ ମୁକ୍ତିଲାଭ କରିଥିଲା ।

Last Updated : May 6, 2020, 12:13 AM IST

ABOUT THE AUTHOR

...view details