ଓଡିଶା

odisha

ETV Bharat / sitara

ବିଗବସ ୧୫: ରାକେଶଙ୍କ ପରେ ଶୋ'ରୁ ବିଦା ହେଲେ ସମିତା ସେଟ୍ଟୀ !

ସ୍ବାସ୍ଥ୍ୟଗତ ସମସ୍ୟା ନେଇ ସେ ଏବେ ବିଗବସ ହାଉସରୁ ବାହାରିଲେ ସମିତା ସେଟ୍ଟୀ । ଏହା ପୂର୍ବରୁ ବିଦା ହୋଇଥିଲେ ତାଙ୍କ ଘନିଷ୍ଠ ବନ୍ଧୁ ରାକେଶ ବାପଟ । ଅଧିକ ପଢନ୍ତୁ

'ବିଗବସ ୧୫': ରାକେଶଙ୍କ ପରେ ଶୋ'ରୁ  ବିଦା ହେଲେ ଶମିତା ସେଟ୍ଟୀ !
'ବିଗବସ ୧୫': ରାକେଶଙ୍କ ପରେ ଶୋ'ରୁ ବିଦା ହେଲେ ଶମିତା ସେଟ୍ଟୀ !

By

Published : Nov 14, 2021, 5:52 PM IST

ମୁମ୍ବାଇ: ଜବରଦସ୍ତ ଫ୍ଲୋରେ ଚାଲିଛି 'ବିଗବସ୍ ପନ ପନା ପନ ୧୫' । ଟ୍ରଫି ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ ଚାଲିଛି ଜୋରଦାର ଟକ୍କର । ଏବେ ଷଷ୍ଠ ସପ୍ତାହର ଉଇକ ଏଣ୍ଡ ଚାଲିଥିବାବେଳେ ଶୋ'ରୁ ବିଦା ହୋଇଛନ୍ତି ପ୍ରତିଯୋଗୀ ସମିତା ସେଟ୍ଟୀ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ସେ ଏବେ ବିଗବସ ହାଉସରୁ ବାହାରିଥିବା ଜଣାପଡିଛି । ଆସନ୍ତା ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ସମିତା ପୁଣି ହାଉସକୁ ଫେରିବେ ବୋଲି କୁହାଯାଉଛି । ତେବେ ଏନେଇ ପ୍ରସାରିତ ଚ୍ୟାନେଲ ତରଫରୁ କୌଣସି ସୂଚନା ମିଳିନାହିଁ ।

ଏହା ପୂର୍ବରୁ ଶମିତାଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ ରାକେଶ ବାପଟ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଶୋ'ରୁ ବାହାରିଥିଲେ । ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ 'ବିଗବସ ୧୫'ରେ ସମିତା ଓ ରାକେଶଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରନ୍ତି । ରାକେଶଙ୍କ ପରେ ଶୋରୁ ସମିତା ବିଦା ହେବା ନେଇ ଖବର ଆସିବା ପରେ ଏହା ଉଭୟଙ୍କ ଫ୍ୟାନ୍ସଙ୍କୁ ଜୋରଦାର ଝଟକା ଦେଇଛି । ତେବେ ଶୋରୁ କିଛିଦିନ ପୂର୍ବରୁ ମଧ୍ୟ ପଞ୍ଜାବୀ ସିଙ୍ଗର ଅଫଶାନା ଖାନ୍ ମଧ୍ୟ ଶୋ'ରୁ ବିଦା ହୋଇଛନ୍ତି ।

ABOUT THE AUTHOR

...view details