ଓଡିଶା

odisha

ETV Bharat / sitara

ଇମୋସନାଲ ଗୀତ 'ରୋ ରୋ କର ଗୁଜାରେ ଦିନ' ହେଲା ଭାଇରାଲ୍

ଆଜିକାଲି ୟୁଟ୍ୟୁବରେ ଦୁଖଭରା ଗୀତ 'ରୋ ରୋ କର ଗୁଜାରେ ଦିନ' ଭାଇରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ପାଖି ହେଗଡେଙ୍କ ଏହି ଇମୋସନାଲ ଗୀତରେ ଆତ୍ମହତ୍ୟା ନ କହିବା ପାଇଁ କୁହାଯାଇଛି । ଅଧିକ ପଢନ୍ତୁ...

By

Published : Aug 21, 2020, 6:22 PM IST

adnaan shaikh sad song ro ro ke guzre din viral
ଇମୋସନାଲ ଗୀତ 'ରୋ ରୋ କର ଗୁଜାରେ ଦିନ' ହେଲା ଭାଇରାଲ୍

ପାଟନା : ଅଭିନେତ୍ରୀ ପାଖି ହେଗଡେଙ୍କ ଇମୋସନାଲ ଗୀତ 'ରୋ ରୋ କର ଗୁଜାରେ ଦିନ' ଆଜିକାଲି ୟୁଟ୍ୟୁବରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଦୁଖ ଭରା ଗୀତରେ ଆତ୍ମହତ୍ୟା ନ କହିବା ପାଇଁ କୁହାଯାଇଛି ।

ଏହି ଗୀତକୁ ଏପର୍ଯ୍ୟନ୍ତ 3,264,250 ରୁ ଅଧିକ ଲୋକ ଦେଖିସାରିଛନ୍ତି ।

ଏହି ଗୀତଟି 'ବିୟୋଣ୍ଡ୍ ମ୍ୟୁଜିକ୍'ର ୟୁଟ୍ୟୁବ୍ ଚ୍ୟାନେଲରେ 7 ଅଗଷ୍ଟରେ ମୁକ୍ତିଲାଭ କରିଥିଲା ​​।

ବ୍ଲଗର୍ସ ଅଦନନ୍ ଶେଖ ଏବଂ ଜୁମ୍ନା ଖାନଙ୍କ ଅଭିନୀତ 'ରୋ ରୋ କର ଗୁଜାରେ ଦିନ' ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ଗୀତର ଉଦ୍ଦେଶ୍ୟ ହେଉଛି 'ଆତ୍ମହତ୍ୟା ନକରିବା' ବିଷୟରେ ସଚେତନତା ସୃଷ୍ଟି କରିବା ।

ଏହି ଗୀତ ବିଷୟରେ ପାଖି କହିଛନ୍ତି, ଏହି ଗୀତରେ ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡର ଏକ କାହାଣୀ ଅଛି । ଯାହା ଲୋକଙ୍କୁ ଆତ୍ମହତ୍ୟା ନକରିବା ବିଷୟରେ ଅବଗତ କରାଇବ ।

ଅଦନନ୍ କହିଛନ୍ତି, ଏହି ଗୀତ ମାଧ୍ୟମରେ ମୁଁ ଆଶା କରେ ପ୍ରଂଶସକମାନେ ଏହାର ବାର୍ତ୍ତାର ମହତ୍ତ୍ବ କୁ ବୁଝିପାରିବେ ।

ABOUT THE AUTHOR

...view details