ମୁମ୍ୱାଇ: ବଲିଉଡରେ ଗୀତ ଗାଇବା ପାଇଁ ଆମକୁ ଟଙ୍କା ମିଳେନାହିଁ କହିଥିଲେ ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର । ନେହା କକ୍କର ଏହି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିବା ପରେ ବର୍ତ୍ତମାନ ଗାୟକ ଆଦିତ୍ୟ ନାରାୟଣ କହିଛନ୍ତି ଯେ, ବଲିଉଡରେ ଗାୟକମାନେ ଏକ ପଇସା ମଧ୍ୟ ପାଆନ୍ତି ନାହିଁ ।
ନିକଟରେ ନେହା ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, "ବଲିଉଡରେ ଗୀତ ଗାଇବା ପାଇଁ ଆମକୁ ଟଙ୍କା ମିଳେନାହିଁ । ପ୍ରକୃତରେ କଣ ଘଟେ ଯେ, ସେମାନେ ଭାବନ୍ତି ଯଦି ଏକ ସୁପର ହିଟ ଗୀତ ଆସେ, ତେବେ ଗାୟକମାନେ ସୋ ମାଧ୍ୟମରେ ରୋଜଗାର କରିବେ ।
ଏହି ବିଷୟରେ କଥାବାର୍ତ୍ତା କରି ଆଦିତ୍ୟ ଆଇ.ଏନ.ଏସ କୁ କହିଛନ୍ତି ଯେ, "ବଲିଉଡରେ ଗୀତ ଗାଇବା ଆମକୁ ଗୋଟିଏ ପଇସା ମଧ୍ୟ ମିଳୁନାହିଁ । ଲାଗୁଛି ଯେମିତି କି ସେମାନେ ଆମକୁ ଏକ ଗୀତ ଗାଇବାକୁ ଡାକି ଆମ ଉପରେ ଦୟା ଦେଖାଉଛନ୍ତି । ମୋତେ ବଲିଉଡରେ ମାଗଣାରେ ଗୀତ ଗାୟିବା ପସନ୍ଦ ନୁହେଁ । ଏହା ମୋର ସମସ୍ୟା ।
ଆଦିତ୍ୟ ଆହୁରି କହିଛନ୍ତି ଯେ, ବର୍ତ୍ତମାନ କଥା ହେଉଛି କି, ବଲିଉଡରେ ଗୀତ ଗାଇଲେ ଆପଣଙ୍କୁ ଏକ୍ସପୋଜର ମିଳିବ । ଯଦି ମୋର ଘର ଚଳାଇବା ପାଇଁ ଏବଂ ମୋର ଆବଶ୍ୟକତା ପୂରଣ କରିବା ପାଇଁ ମୋ ପାଖରେ ଟଙ୍କା ନାହିଁ, ତେବେ ଏକ୍ସପୋଜର ସହିତ ମୁଁ କ’ଣ କରିବି? ତେଣୁ ଦୟାକରି ଶୋଷଣ କରିବା ବନ୍ଦ କରନ୍ତୁ ।