ଓଡିଶା

odisha

ETV Bharat / sitara

ପୁଣି ବାଦଶାହଙ୍କ ସହ ରୋମାନ୍ସ କରିବେ ଜ୍ୟାକଲିନ

ଦ୍ବିତୀୟ ମ୍ୟୁଜିକ ଭିଡିଓ ‘ପାନି ପାନି’ ନେଇ ଫେରିବେ ‘ଗେଣ୍ଡା ଫୁଲ୍’ ଯୋଡି ଜ୍ୟାକଲିନ ଓ ବାଦଶାହ । ଅଧିକ ପଢନ୍ତୁ...

By

Published : Jun 1, 2021, 2:31 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଦଶାହ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଦଶାହ

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ରାପର ବାଦଶାହଙ୍କ ମ୍ୟୁଜିକ ଭିଡିଓ ‘ଗେଣ୍ଡା ଫୁଲ୍’ ବେଶ ଲୋକପ୍ରିୟ ହୋଇଥିଲା । ଏହାକୁ ଦର୍ଶକ ଏତେ ପସନ୍ଦ କରିଥିଲେ ଯେ ୟୁଟ୍ୟୁବରେ ସବୁଠାରୁ ଅଧିକ ଦେଖାଯାଇଥିବା ଭିଡିଓରେ ଏହା ଚତୁର୍ଥ ସ୍ଥାନରେ ଥିଲା । ମୁଖ୍ୟ କଥା ହେଲା ଯେ ଗୀତରେ ଜ୍ୟାକଲିନ ଓ ବାଦଶାହଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ଗୀତକୁ ବେଶ୍ ଲୋକପ୍ରିୟତା କରାଇବାରେ ସାହାଯ୍ୟ କରିଥିଲା । ଇତିମଧ୍ୟରେ ଏହି ଯୋଡିଙ୍କୁ ନେଇ ପୁଣି ନୂଆ ଚର୍ଚ୍ଚା । କାରଣ ଚଳିତ ବର୍ଷ ମଧ୍ୟ ଧମାଲ କରିବାକୁ ଯାଉଛନ୍ତି ଏହି ଯୋଡି ।

ଆଜ୍ଞା ହଁ, ନୂଆ ମ୍ୟୁଜିକ ଭିଡିଓ ‘ପାନି ପାନି’ ନେଇ ଫେରିବେ ଜ୍ୟାକଲିନ ଓ ବାଦଶାହ । ଯାହାର ଫାଷ୍ଟଲୁକ ପୋଷ୍ଟର ନିକଟରେ ଜାରି କରିଦେଇଥିଲେ ମେକର୍ସ । ଯାହାର ଝଲକ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ ଏହି ଦୁଇ ଷ୍ଟାର ।

ସେହିପରି ପୋଷ୍ଟର ସେୟାର କରି ବାଦଶାହ କ୍ୟାପସନରେ ଲେଖିଥିଲେ, ‘ହୁଏତଃ ଆପଣଙ୍କୁ ଜଣାଥାଆନ୍ତା କଣ ଆସୁଛି । କୌଣସି ମଜାକ ନାହିଁ ।’ ଯଦି ପୋଷ୍ଟର ବିଷୟରେ କଥା ହେବା, ତାହାଲେ ଏହା ଉପରେ ଗୀତର ଟାଇଟେଲ ‘ପାନି ପାନି’ ଲେଖାଯାଇଛି ।

ସେପଟେ ଜ୍ୟାକଲିନଙ୍କ ତରଫରୁ ସେୟାର କରାଯାଇଥିବା ଏହି ପୋଷ୍ଟରରେ ଏଯାବତ 4 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଦେଖନ୍ତୁ ପୋଷ୍ଟର...

ABOUT THE AUTHOR

...view details