ଓଡିଶା

odisha

ETV Bharat / sitara

ଡକାଡକି ହୋଇ ଅଫେରା ରାଇଜକୁ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ବାଲ୍ୟ ବିବାହ ଭଳି ପ୍ରଚଳିତ କୁପ୍ରଥାକୁ ନେଇ ପରଦାକୁ ଆସେ ହିନ୍ଦୀ ଟେଲିଭିଜନ ସିରିଏଲ ବାଳିକା ବଧୂ । ସିରିଏଲ ଆରମ୍ଭ ହେବା ମାତ୍ର ସବୁ କାମ ଛାଡି ଟିଭି ଆଗରେ ବସିଯାଉଥିଲେ ଦର୍ଶକ । ସିରିଏଲକୁ ବେଶ ପସନ୍ଦ ମଧ୍ୟ କରାଯାଇଥିଲା । ଏହି ସରିୟଲରେ ଅଭିନୟ କରିଥିବା ମୁଖ୍ୟ ତିନି କଳାକାର ଆଜି ଆମ ଗହଣରେ ନାହାନ୍ତି । ଅଧିକ ପଢନ୍ତୁ...

By

Published : Sep 6, 2021, 2:04 PM IST

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା
ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ମୁମ୍ବାଇ: ବର୍ଷ ୨୦୦୮ । ବାଲ୍ୟ ବିବାହ ଭଳି ପ୍ରଚଳିତ କୁପ୍ରଥାକୁ ନେଇ ପରଦାକୁ ଆସେ ହିନ୍ଦୀ ଟେଲିଭିଜନ ସିରିଏଲ ବାଳିକା ବଧୂ । ସିରିଏଲ ଆରମ୍ଭ ହେବା ମାତ୍ର ସବୁ କାମ ଛାଡି ଟିଭି ଆଗରେ ବସିଯାଉଥିଲେ ଦର୍ଶକ । ସିରିଏଲକୁ ବେଶ ପସନ୍ଦ ମଧ୍ୟ କରାଯାଇଥିଲା । ଏହି ସରିୟଲରେ ଅଭିନୟ କରିଥିବା ମୁଖ୍ୟ ତିନି କଳାକାର ଆଜି ଆମ ଗହଣରେ ନାହାନ୍ତି ।

ଆଗ ପଛ ହୋଇ ଅଫେରା ରାଇଜକୁ ଚାଲିଯାଇଛନ୍ତି ସିରିଏଲର ଆନନ୍ଦି ପରେ ଦାଦିଶା ଆଉ ଏବେ ଶିବରାଜ ବା ସିଦ୍ଧାର୍ଥ ଶୁକ୍ଳା । ଲାଗୁଛି 'ବାଳିକା ବଧୂ' ଯୁଗର ଯେମିତି ଶେଷ ହୋଇଛି । ତିନି କଳାକାରଙ୍କ ମୃତ୍ୟୁରେ କଳାଜଗତ ସ୍ତବ୍ଧ ହୋଇଛି । ବାଳିକା ବଧୂ ସିରିଏଲକୁ ପ୍ରଂଶସା କରୁଥିବା ସେହି ତିନି କଳାକାରଙ୍କୁ ହରାଇବାର ସତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ ।

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ତିନି କଳାକାରଙ୍କ ବିଷୟରେ....

ଶିବରାଜ/ସିଦ୍ଧାର୍ଥ ଶୁକ୍ଳା

ଏ ଖବର ସମସ୍ତଙ୍କୁ ସ୍ତବ୍ଧ କରିଥିଲା ଯେ ସିଦ୍ଧାର୍ଥ ଶୁକ୍ଳା ଆଉ ନାହାନ୍ତି । ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଭେଣ୍ଡିଆ ଟୋକା ହଟାକଟା ଶରୀର ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହାନ୍ତି । ଏ ସତ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦର୍ଶକ । ପ୍ରତ୍ୟୁଷାଙ୍କ ମୃତ୍ୟୁର ଠିକ ୫ବର୍ଷ ପରେ ୨୦୨୧ ସେପ୍ଟମ୍ବର ୨ତାରିଖ ହଠାତ ଖବର ଆସେ ସିଦ୍ଧାର୍ଥ ଶୁକ୍ଳା ଆଉ ନାହାନ୍ତି । ହୃଦଘାତ ଯୋଗୁଁ ସିଦ୍ଧାର୍ଥ ଦୁନିଆକୁ ଅଲବିଦା କହିଛନ୍ତି ।

ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପାଣି ପିଇ ସିଦ୍ଧାର୍ଥ ଶୋଇପଡ଼ିଥିଲେ । ତେବେ ସକାଳେ ଆଉ ଉଠି ନଥିଲେ। ତାଙ୍କ ମା’ ତାଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ସିଦ୍ଧାର୍ଥ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ସମସ୍ତଙ୍କୁ ସବ୍ଧ କରିଛି ।

ବାଳିକା ବଧୂ ସିରିଏଲ ସିଦ୍ଧାର୍ଥଙ୍କୁ ଅଧିକ ପରିଚିତ କରିଥିଲା । ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ସିଦ୍ଧାର୍ଥ । ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୪ରୁ ସେ ଟେଲିଭିଜନରେ ଅଭିନେତା ଭାବେ ଡବ୍ୟୁ କରିଥିଲେ । ୨୦୦୮ରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ଅଭିନେତା ଭାବେ ପ୍ରକୃତ ପରିଚୟ ପାଇଥିଲେ ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ରୁ । ବିଗ ବିସ ସିଜନ ୧୩ ଓ ଖତରୋ କେ ଖିଲାଡିର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ । ଆଜି ସିଦ୍ଧାର୍ଥ ଆମ ଗହଣରେ ନାହାନ୍ତି ଖାଲି ରହିଯାଇଛି ତ ଖାଲି ତାଙ୍କ ସ୍ମୃତି ।

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ଆନନ୍ଦି/ପ୍ରତ୍ୟୁଷା ବାନାର୍ଜୀ

'ବାଳିକା ବଧୂ' ସିରିଏଲରେ ଆନନ୍ଦି ଚରିତ୍ରରେ ଅଭିନୟ କରିଥିଲେ ପ୍ରତ୍ୟୁଷା । ସିରିଏଲରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଦକ୍ଷ ଥିଲେ ଭଲ ଅଭିନେତ୍ରୀ ଭାବରେ ସଫଳତା ବି ସାଉଁଟି ଥିଲେ । ହେଲେ ଅଚାନକ ୨୦୧୬ ଏପ୍ରିଲ ୧ରେ ଦର୍ଶକଙ୍କୁ ଖବର ମିଳେ ଯେ ପ୍ରତ୍ୟୁଷା ଆଉ ଏ ଦୁନିଆରେ ନାହାନ୍ତି ।

ବେଶି ଝଟକା ଦିଏ ସେ ଆତ୍ମହତ୍ୟା କରିଥିବା ଖବର । ବେକରେ ରଶି ଲଗାଇ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ । ପ୍ରତ୍ୟୁଷାଙ୍କୁ ତାଙ୍କ ବୟଫ୍ରେଣ୍ଡ ରାହୁଲ ରାଜ କୋକିଲାବେନ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରେମରେ ଧୋକା ଖାଇ ପ୍ରତ୍ୟୁଷା ଜୀବନ ହାରିଥିବା କୁହାଯାଉଥିବା ବେଳେ ପୋଲିସ୍‌କୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନ ଥିଲା ।

ଏପଟେ ଝିଅକୁ ପରୁଷବନ୍ଧୁ ରାହୁଲ ରାଜ ନିର୍ଯାତନା ଦେଉଥିବା ଓ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ନେଇ ତାଙ୍କ ବାପାମା’ ପୋଲିସ୍‌ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପର୍ଯ୍ୟନ୍ତ ପ୍ରତ୍ୟୁଷାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠି ପାରିନାହିଁ । ମାତ୍ର ୨୪ ବର୍ଷ ବୟସରେ ଦୁନିଆରୁ ଚାଲିଯାଇଛନ୍ତି 'ବାଳିକା ବଧୂ' ସିରିଏଲର ଆନନ୍ଦି ବା ପ୍ରତ୍ୟୁଷା ।

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ଶିବରାଜ- ଆନନ୍ଦି ଯୋଡି...

ବାଳିକା ବଧୂ ସିରିଏଲରୁ ପ୍ରଶଂସା ସାଉଁଟିଥିଲା ଆନନ୍ଦି-ଶିବରାଜ ଯୋଡ଼ି । ସିରିଏଲରେ କଲେକ୍ଟର ଭୂମିକାରେ ଏଣ୍ଟ୍ରି ହୁଏ ଶିବରାଜ ବା ସିଦ୍ଧାର୍ଥଙ୍କର । ଏହା ପରେ ସେ ଆନନ୍ଦି ବା ପ୍ରତ୍ୟୁଷାଙ୍କ ପ୍ରେମରେ ପଡିଯାଆନ୍ତି । କାହାଣୀ ଅନୁସାରେ ଜଗିଆ ଆନନ୍ଦିକୁ ଛାଡପତ୍ର ଦେବା ପରେ ଶିବରାଜ ଓ ଅନନ୍ଦି ବିବାହ କରନ୍ତି । ଅବଶ୍ୟ ସିରିଏଲର ଶେଷ ଆଡକୁ ଶିବରାଜଙ୍କର ମୃତ୍ୟୁ ହୋଇଛି । ଦର୍ଶକ ଏହି ଶିବରାଜ ଓ ଆନନ୍ଦିଙ୍କ ଯୋଡିକୁ ଖୁବ ପ୍ରଶଂସା କରିଥିଲେ । ହେଲେ ସତରେ ଯେମିତ ଆନନ୍ଦି-ଶିବରାଜ ଯୋଡ଼ିଙ୍କୁ କାହାର ନଜର ଲାଗିଯାଇଛି । ସିଦ୍ଧାର୍ଥ ଓ ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ଏ ଯୋଡି ବି ଭାଙ୍ଗି ଯାଇଛି । ଦର୍ଶକଙ୍କ ସ୍ମୃତିରେ ସାଇତି ହୋଇ ରହିଯାଇଛି ଶିବରାଜ-ଆନନ୍ଦି ଯୋଡି ।

ଦାଦିଶା/ସୁରେଖା ସିକ୍ରି

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ବାଳିକା ବଧୂ ସିରିଏଲର ଆନନ୍ଦି ଶାଶୁଘର ମୁଖ୍ୟ ଦାଦିଶା ବା ସୁରେଖା ସିକ୍ରି ମଧ୍ୟ ଏ ଦୁନିଆରେ ଆଉ ନାହାନ୍ତି । ସୁରେଖାଙ୍କ ଅଭିନୟ ଖୁବ ଚମତ୍କାର । ଘରେ ଘରେ ଦାଦିଶା’ ଭୂମିକାରେ ପରିଚିତ ଥିଲେ ସୁରେଖା । ୨୦୨୧ଜୁଲାଇ ୧୬ ତାରିଖ ହୃଦଘାତରେ ୭୫ବର୍ଷ ବୟସରେ ଦୁନିଆରୁ ବିଦାୟ ନିଅନ୍ତି ସୁରେଖା ।

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

ଖାଲି ସିରିଏଲ ନୁହେଁ ବଲିଉଡରେ ବି ସୁରେଖାଙ୍କୁ ଦାଦି ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମ ବଧାଇ ହୋ ରେ ଦାଦି ଭୂମିକାରେ ଅଭିନୟ କରିଥିଲେ ସୁରେଖା । ଦମଦାର ଅଭିନୟ ପାଇଁ ସେ ତିନିଥର ଜାତୀୟ ପୁରସ୍କାର ସାଙ୍ଗକୁ ଥରେ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଅସୁସ୍ଥତା ସତ୍ତ୍ବେ ମଧ୍ୟ ସେ ପରଦାରେ ସକ୍ରିୟ ରହିଥିଲେ । ସୁରେଖାଙ୍କ ବିୟୋଗରେ ସିନେମା ଓ ଟେଲି ସିରିୟଲ୍ ଦୁନିଆରେ ତାଙ୍କ ଛାପ ଚିରକାଳ ପାଇଁ ରହିବ । ତାଙ୍କୁ ହରାଇ କଳା ଜଗତ ଯେମିତ ତାଙ୍କ ଘର ମୁଖିଆଙ୍କୁ ହରାଇଲା ପରି ଶ୍ରୀହିନ ହୋଇଛି ।

ଡକା ଡକି ହୋଇ ଚାଲିଗଲେ ଆନନ୍ଦି, ଶିବରାଜ ଓ ଦାଦିଶା

. କାହାଣୀ ଗୋଟିଏ ଚିରିତ୍ର ତିନି । ଗୋଟିଏ ସିରିଏଲରୁ ପ୍ରଶଂସା ପାଇଥିବା ଶିବରାଜ- ଆନନ୍ଦି ଯୋଡି ଓ ଦାଦିଶା ଭଳି ମୁଖ୍ୟ ତିନି କଳାକାର ଏତେ ଶୀଘ୍ର ଦୁନିଆରୁ ଯେ ବିଦାୟ ନେଇଛନ୍ତି ତାହା ସହଜରେ ଗ୍ରହଣ କରି ହେଉନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details