କଟକ: ପୂଜା ବଜାରରେ ଧମାଲ ମଚେଇବ ରୋମାଣ୍ଟିକ ଓଡ଼ିଆ ଚଳଚ୍ଚିତ୍ର ‘କୁଇନ’ । ଯେଉଁଥିରେ ମୁଖ୍ୟ ଭୂମିକା ରେ ନଜର ଆସିବେ ବର୍ଷା ପ୍ରିୟଦର୍ଶନୀ ଓ ନଵାଗତ ନାୟକ ଜୟଜିତ ଦାସ । ଏନେଇ ଆଜି କଟକରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।
ଚଳଚ୍ଚିତ୍ର ‘କୁଇନ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅମରେଶ ପତି । ଏହି ଚଳଚ୍ଚିତ୍ରରେ ଅନେକ ବାସ୍ତବଧର୍ମୀ ବିଷୟବସ୍ତୁ ଦେଖିବାକୁ ମିଳିବ। ଯାହାକୁ ସିନେପ୍ରେମୀ ଦେଖି ବେଶ ଖୁସି ହେବେ । ବିଶେଷ କରି ଏହି ଚଳଚ୍ଚିତ୍ରଟି ରୋମାଣ୍ଟିକ କାହାଣୀକୁ ନେଇ ଆଧାରିତ । କିପରି ଏକ ପ୍ରେମର ସଫଳ ରୂପାୟନ ବାସ୍ତବ ଜୀବନରେ ହୋଇଥାଏ ତାହା ଏଥିରେ ପର୍ଯ୍ୟବେସିତ।