ଓଡିଶା

odisha

ETV Bharat / sitara

ମହଙ୍ଗା ଜିନିଷର ସୌଖୀନ ପ୍ରଭାସ

ପପୁଲାର ଅଭିନେତା ପ୍ରଭାସ କୋଟି କୋଟି ଟଙ୍କାର ମାଲିକ ବୋଲି ହୁଏତଃ ତାଙ୍କର ବହୁତ କମ ଫ୍ୟାନ ଜାଣିଥିଲେ । ସେ ମହଙ୍ଗା ଗାଡି ଚଲାଇବାକୁ ଖୁବ୍ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କର ମହଙ୍ଗା ଜିନିଷ ବିଷୟରେ ।

By

Published : May 12, 2019, 1:21 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବାହୁବଳୀ ସିରିଜର ସଫଳ ହେଲା ପରେ ସେ ଏବେ ଗ୍ଲୋବାଲ ଷ୍ଟାର ତାଲିକାରେ ସାମିଲ ହୋଇଛନ୍ତି । ଖାଲି ଦେଶ ନୁହେଁ ପୁରା ଦୁନିଆରେ ଥିବା ତାଙ୍କ ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଅପେକ୍ଷା କରିଥାଆନ୍ତି । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଯେ ପ୍ରଭାସ ମହଙ୍ଗା ଜିନିଷର ସୌଖୀନ ଏବଂ ବିନ୍ଦାସ ଲଗଜରୀ ଲାଇଫ ବଞ୍ଚିବାକୁ ଭଲ ପାଆନ୍ତି ବୋଲି । ତେବେ ଆସନ୍ତୁ ଜାଣିବା ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ...

ପ୍ରଭାସ ଗାଡିର ଏତେ ସୌଖୀନ ଯିଏ ନିଜର ଯେକୌଣସି ଫିଲ୍ମର ସୁଟିଂ ସମୟରେ ଯଦି ତାଙ୍କୁ କିଛି ଗାଡି ପସନ୍ଦ ଆସିଗଲା ତେବେ ସେ ନିଜ ଘରକୁ ସେହି ଗାଡି ନ ନେବା ପର୍ଯ୍ୟନ୍ତ ଶାନ୍ତ ପଡନ୍ତି ନାହିଁ । ଯଦି କଥା ହେବା ତାଙ୍କ ସମ୍ପତ୍ତି ବିଷୟରେ ତେବେ ସେ 196.35 କୋଟି ଟଙ୍କାର ମାଲିକ ।

ମହଙ୍ଗା ଗାଡିର ସୌଖୀନ ପ୍ରଭାସଙ୍କ ପାଖରେ 68 ଲକ୍ଷ ଟଙ୍କାର ଏସୟୁଭୀ ଏବଂ ଏହା ବ୍ୟତୀତ ତାଙ୍କ ପାଖରେ 1.5 କୋଟି ଟଙ୍କାରେ ତିଆରି ହୋଇଥିବା ଜିମ ମଧ୍ୟ ଅଛି । ଏହା ତାଙ୍କୁ 'ବାହୁବଳି' ନିର୍ମାତା ଗିଫ୍ଟ ରୂପେ ଦେଇଥିଲେ ।

ଏସୟୁଭୀ ବ୍ୟତୀତ ପ୍ରଭାସଙ୍କ ପାଖରେ 2.08 କୋଟି ଟଙ୍କାର ସୋଡାନ କାର ଥିବା ସହ ହାଇଦ୍ରାବାଦରେ 60 କୋଟି ଟଙ୍କାର ଫାର୍ମହାଉସ ମଧ୍ୟ ଅଛି । ଖାଲି ଏତିକି ନୁହେଁ ତାଙ୍କ ପାଖରେ 8 କୋଟି ଟଙ୍କାର କାର ମଧ୍ୟ ଅଛି । ଯାହା ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ କାର ଠାରୁ ଅଧିକ ମୂଲ୍ୟ ବୋଲି କୁହାଯାଇଛି ।

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଚର୍ଚ୍ଚିତ ଫିଲ୍ମ 'ସାହୋ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବି-ଟାଉନ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ । ଫିଲ୍ମଟି ତେଲୁଗୁ ସହ ଅନ୍ୟ ଭାଷାରେ ମଧ୍ୟ ତିଆରି କରାଯାଇଛି । ଅଗଷ୍ଟ 15ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

For All Latest Updates

ABOUT THE AUTHOR

...view details