ଓଡିଶା

odisha

ETV Bharat / sitara

ରାଜନୀତିଠାରୁ ବହୁ ଉର୍ଦ୍ଧ୍ବରେ ‘ବିଜୁ ବାବୁ’: ଅନୁଭବ - ବିଜେଡି ସାଂସଦ

ବିଜୁ ବାବୁ ଫିଲ୍ମ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ସ୍ପଷ୍ଟ କଲେ ଅନୁଭବ ମହାନ୍ତି। ଶୁକ୍ରବାର ସାରା ଓଡିଶାରେ ମୁକ୍ତିଲାଭ କରିଛି ବିଜୁ ବାବୁ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 30, 2019, 8:37 AM IST

Updated : Mar 30, 2019, 8:43 AM IST

ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ବିଜୁ ବାବୁ । ଫିଲ୍ମ ପ୍ରଯୋଜନା ସଂସ୍ଥା ଏଲେନୋରା ଇମେଜେସ୍ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର । ଲିଡ୍‌ ରୋଲରେ ଅଛନ୍ତି ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ।

ତେବେ ଆଗକୁ ନିର୍ବାଚନ ଥିବାବେଳେ ଫିଲ୍ମର ଶୀର୍ଷକ ‘ବିଜୁ ବାବୁ’କୁ ନେଇ ଶାସକ ଦଳର ରାଜନୈତିକ ଫାଇଦା ଉପରେ ଚାଲିଛି ଚର୍ଚ୍ଚା । ହେଲେ ଏ ସମସ୍ତ ପ୍ରକାର କଳ୍ପନା ଜଳ୍ପନାକୁ ଖଣ୍ଡନ କରିଛନ୍ତି ଅନୁଭବ। ବିଜୁବାବୁ ସମସ୍ତ ରାଜନୀତି ଠାରୁ ଉର୍ଦ୍ଧ୍ବରେ। ତାଙ୍କ ଭଳି ଜଣେ କିମ୍ବଦନ୍ତୀଙ୍କୁ ଏହା ସହ ତୁଳନା କରିବା ମୂର୍ଖାମୀ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ବିଜୁ ବାବୁଙ୍କ ଆର୍ଦଶକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ସହ ଓଡ଼ିଆ ଗୀତର ପ୍ରୟୋଗ ହୋଇଥିବା କହିଛନ୍ତି ଅଭିନେତା ଅନୁଭବ। ଫିଲ୍ମରେ କୌଣସି ହିନ୍ଦୀ ଶଦ୍ଦ ଶୁଣିବାକୁ ମିଳିବ ନାହିଁ ଏବଂ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଷୋଳ ଅଣା ଓଡିଆ ଭେଟି ଦିଆଯାଇଛି । ଯୁବ ସମାଜକୁ ଫିଲ୍ମ ମାଧ୍ୟମରେ ଏକ ବାର୍ତ୍ତା ଦିଆଯାଇଛି । ଏହା ଏକ ସମ୍ପୂର୍ଣ୍ଣ ମସଲାପୂର୍ଣ୍ଣ ତଥା ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର ବୋଲି ସେ କହିଛନ୍ତି ।

ଏହାସହ ପ୍ରଥମ କରି ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିବା ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କୁ ଅନୁଭବ ଖୁବ ପ୍ରଶଂସା କରିଛନ୍ତି । ତାଙ୍କ ସହ କାମ କରିବାକୁ ଅନେକ ଇଚ୍ଛା ଥିବାବେଳେ ବହୁତ କିଛି ଶିଖିବାକୁ ମିଳିଥିବା ସେ କହିଛନ୍ତି। ଦର୍ଶକ ତଥା ନିଜ ଅଗଣିତ ଫ୍ୟାନ୍ସଙ୍କୁ ଫିଲ୍ମଟିକୁ ବହୁ ସଂଖ୍ୟାରେ ଦେଖିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Mar 30, 2019, 8:43 AM IST

ABOUT THE AUTHOR

...view details