ଓଡିଶା

odisha

ETV Bharat / sitara

ପ୍ରେମରେ ରିସ୍କ ହେଲା ମତେ ଇସ୍କର ଅଡିଓ ରିଲିଜ୍‌ - actor Soumendra Samantray

ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରେମରେ ରିସ୍କ ହେଲା ମତେ ଇସ୍କର ଅଡିଓ ରିଲିଜ ଭୁବନେଶ୍ବର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଅଧିକ ପଢନ୍ତୁ

ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରେମରେ ରିସ୍କ ହେଲା ମତେ ଇସ୍କ ର ଅଡିଓ ଲୋକାର୍ପଣ
ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରେମରେ ରିସ୍କ ହେଲା ମତେ ଇସ୍କ ର ଅଡିଓ ଲୋକାର୍ପଣ

By

Published : Mar 12, 2022, 2:15 PM IST

ଭୁବନେଶ୍ବର: ନୂଆ ଓଡ଼ିଆ ଚଳଚ୍ଚିତ୍ର "ପ୍ରେମରେ ରିସ୍କ ହେଲା ମତେ ଇସ୍କ"ର ଅଡିଓ ରିଲିଜ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର ଠାରେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ, ଅଭିନେତ୍ରୀ ଦିବ୍ୟା, ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣି, ଅଞ୍ଜନା ମିଶ୍ର, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ । ସଙ୍ଗୀତ ଲୋକାର୍ପଣ ସହ ଚଳଚ୍ଚିତ୍ରର ଫାଷ୍ଟ ଲୁକ୍ ମଧ୍ୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଅତିଥିମାନେ ଲୋକାର୍ପଣ କରିଛନ୍ତି ।

ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ-ଅଭିନେତ୍ରୀ ଦିବ୍ୟା

ଚଳଚ୍ଚିତ୍ର ଅତି ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ୟୁଏସ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ଵରେ ଅଛନ୍ତି କେ.ମୁରଲୀ କ୍ରିଷ୍ଣା, ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ଵରେ ଅଛନ୍ତି ସଞ୍ଜୟ ଓ ସିତୁ, କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା । ଚୌଧୁରୀ, ସତ୍ୟଜିତ୍, ନାଭ୍ୟା, ଲିପ୍ସା, ସୁଶାନ୍ତଙ୍କ ସହ ଗୀତ ରଚନା କରିଛନ୍ତି ସତ୍ୟାନନ୍ଦ ନାୟକ, ଉମେଶ ସାହୁ,ଏମ୍ ଜେବି ବଣ୍ଟି, ପିଣ୍ଟୁ । ଏଥିସହିତ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁରୟାନ୍ ରଥ ।

ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରେମରେ ରିସ୍କ ହେଲା ମତେ ଇସ୍କ ର ଅଡିଓ ଲୋକାର୍ପଣ

ଏହି ଅଡିଓ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୟୁନିୟନ୍ ବ୍ୟାଙ୍କ ଚନ୍ଦ୍ରଶେଖରପୁରର ଶାଖା ପରିଚାଳକ ମାନସ ରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ରତିକାନ୍ତ ଶତପଥି, ଜୀ ସାର୍ଥକର ନନ୍ ଫିକସନ୍ ହେଡ ସାଇ ମଙ୍ଗକିରଣ ମଙ୍ଗରାଜ, କଲର୍ସ ଓଡ଼ିଆ ଚ୍ୟାନେଲର ମୁଖ୍ୟ ପ୍ରିୟ ରଞ୍ଜନ ପଣ୍ଡା, ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଓ ଅଭିନେତ୍ରୀ ମାମା ସାମିଲ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରର ଅଡିଓକୁ ଲୋକାର୍ପଣ କରିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details