ଓଡିଶା

odisha

ETV Bharat / sitara

ଆଖି ବୁଜିଲେ ପ୍ରଖ୍ୟାତ ତାମିଲ ଫିଲ୍ମ ନିର୍ଦ୍ଦେଶକ ମହେନ୍ଦ୍ରନ

ତାମିଲ ଚଳଚ୍ଚିତ୍ର ଜଗତରେ ଖୁବ୍‌ ସୁନ୍ଦର ଭାବେ ବାସ୍ତବତାକୁ ପ୍ରସ୍ଫୁଟିତ କରିଥିଲେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜେ ମହେନ୍ଦ୍ରନ । ଦୀର୍ଘ ଦିନର ଅସୁସ୍ଥତା ଯୋଗୁଁ ସେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ 79 ବର୍ଷ ବୟସରେ ସେ ମଙ୍ଗଳବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @ଟ୍ବିଟର

By

Published : Apr 2, 2019, 8:54 PM IST

ନୂଆଦିଲ୍ଲୀ: ତାମିଲ ଚଳଚ୍ଚିତ୍ର ଜଗତରେ ଖୁବ୍‌ ସୁନ୍ଦର ଭାବେ ବାସ୍ତବତାକୁ ପ୍ରସ୍ଫୁଟିତ କରିଥିଲେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜେ ମହେନ୍ଦ୍ରନ । କେବଳ ଯେ ଜଣେ ସଫଳ ଫିଲ୍ମ ନିର୍ମାତା ନୁହେଁ ବରଂ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଚଳଚ୍ଚିତ୍ର ଜଗତରେ ନୂଆ ପରିଚୟ ଦେଇଥିବା ବ୍ୟକ୍ତି ଭାବେ ମଧ୍ୟ ସେ ବେଶ୍‌ ଜଣାଶୁଣା । ଦୀର୍ଘ ଦିନର ଅସୁସ୍ଥତା ଯୋଗୁଁ ସେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ 79 ବର୍ଷ ବୟସରେ ସେ ମଙ୍ଗଳବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଦୀର୍ଘ ଦିନ ଧରି ସେ ଆପୋଲୋରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ରାତିରେ ତାଙ୍କୁ ଘରକୁ ଅଣାଯାଇଥିଲା । ମାତ୍ର ମଙ୍ଗଳବାର ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିବା ସହ ତାମିଲ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ଏହି ଖବର ପ୍ରସାରଣ ହେବା ପରେ ତାମିଲ ଚଳଚ୍ଚିତ୍ର ଜଗତରୁ ଛୁଟିଛି ଶୋକର ସୁଅ ।

1939 ମସିହାରେ ଜନ୍ମ ଗ୍ରହଣ କରିଥିବା ମହେନ୍ଦ୍ରନ ପ୍ରଥମେ ଜଣେ ସ୍କ୍ରିପ୍ଟ ରାଇଟର ଓ ପରେ ଜଣେ କ୍ରିଟିକ ଭାବେ ତାମିଲ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । 1966 ମସିହାର ‘ନାମ ମୁଭାର’ ଚଲଚ୍ଚିତ୍ରର ସ୍କ୍ରିପ୍ଟ ସହ ସେ ତାମିଲ ଚଳଚ୍ଚିତ୍ରରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ହେଲେ 1978 ମସିହାର ରଜନୀକାନ୍ତ ଷ୍ଟାରର ‘ମୁଲୁମ ମଲାରୁମ’ ଚଳଚ୍ଚିତ୍ର ଜରିଆରେ ସେ ନିଜକୁ ଜଣେ ସଫଳ ନିର୍ଦ୍ଦେଶକ ଭାବେ ଦର୍ଶାଇଥିଲେ ।

ତେଣୁ ରଜନୀକାନ୍ତଙ୍କୁ ସିଲଭର ସ୍କ୍ରିନରେ ଡେବ୍ୟୁ କରାଇଥିବା ନିର୍ଦ୍ଦେଶକ ଭାବେ ମହେନ୍ଦ୍ରନଙ୍କରହିଛି ଏନେକ ଖ୍ୟାତି । ନିଜ ଫିଲ୍ମ କ୍ୟାରିୟରରେ ସେ ମୋଟ 12ଟି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି । ଏଥିସହ 2004 ମସିହାର ଅରଭିନ୍ଦ ସ୍ବାମୀ ଷ୍ଟାରର ‘ଶାସନମ’ ତାଙ୍କ ନିର୍ଦ୍ଦେଶନା କ୍ୟାରିୟରରେ ଶେଷ ଫିଲ୍ମ ରହିଥିଲା ।

ABOUT THE AUTHOR

...view details