ନୂଆଦିଲ୍ଲୀ: ବି-ଟାଉନରେ ଶ୍ରଦ୍ଧାଙ୍କ ବାହାଘର ଖବର ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କୁ ଖୁବ୍ ଶୀଘ୍ର ବାହା ହେଉଥିବା ଶୁଣିବାକୁ ମିଳିଛି । ତେବେ ଏନେଇ ଶ୍ରଦ୍ଧାଙ୍କ ବାପା ଶକ୍ତି କପୁର ମୁହଁ ଖୋଲିଛନ୍ତି । ଏପରି ଖବରକୁ ବକବାସ୍ ବୋଲି କହିଛନ୍ତି ଶକ୍ତି କପୁର ।
ଝିଅ ବାହାଘରକୁ ନେଇ ଶକ୍ତି କପୁର କହିଛନ୍ତି ଯେ, ଏହି ଖବର ସବୁ ଉଡ଼ା ଖବର । ଏଥିରେ କୌଣସି ସତ୍ୟତା ନୀହିଁ । ଆସନ୍ତା 4-5ବର୍ଷ ଯାଏଁ ଶ୍ରଦ୍ଧାଙ୍କ କୌଣସି ବାହାଘରର ପ୍ଲାନିଂନାହିଁ । ବର୍ତ୍ତମାନ ସେ ନିଜ କ୍ୟାରିଅରରେ ଫୋକସ୍ କରୁଛନ୍ତି । ଆଗମୀ 2ବର୍ଷ ଯାଏଁ ସେ ବ୍ୟସ୍ତ ଅଛନ୍ତି ।
ଏଥିସହ ଆଉ ମଧ୍ୟ ସେ କହିଛନ୍ତି ଯେ, ମୋ ଝିଅ ମତେ ସବୁ କଥା କହେ । ସେ ମା ବାପାଙ୍କ ଅନୁମତି ବିନା କେବେବି ବାହା ହେବେ ନାହିଁ ।