ଓଡିଶା

odisha

ETV Bharat / sitara

ସମସ୍ୟା ଘେରରେ ମୁନ୍ନାଭାଇ, ମିଳିଲା ଲିଗାଲ ନୋଟିସ୍ - ଦେବ କଟ୍ଟା

ପ୍ରଯୋଜନାରେ ପଦାର୍ପଣ କରିବାକୁ ଯାଉଥିବା ଅଭିନେତା ସଞ୍ଜୟ ଦତ୍ତ ଏବେ ସମସ୍ୟାରେ । ଫିଲ୍ମ 'ପ୍ରସ୍ଥାନ'ର ରାଇଟ୍ସ ନଥାଇ ନିର୍ମାଣ କରିଛନ୍ତି ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

By

Published : Jul 27, 2019, 10:28 PM IST

ମୁମ୍ବାଇ: ଫିଲ୍ମ 'ପ୍ରସ୍ଥାନ' ଜରିଆରେ ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ଓ ତାଙ୍କ ପତ୍ନୀ ମନ୍ୟତା ଦତ୍ତ ପ୍ରଯୋଜନା କ୍ଷେତ୍ରରେ ପଦାର୍ପଣ କରିବାକୁ ଯାଉଛନ୍ତି। ଯାହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନିର୍ଦ୍ଦେଶକ ଦେବ କଟ୍ଟା । ଜୁଲାଇ 29 ଅର୍ଥାତ୍ ନିଜ ଜନ୍ମଦିନରେ ସଞ୍ଜୟ ଏହି ଫିଲ୍ମର ଟିଜର ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାପୂର୍ବରୁ ସେ ସମସ୍ୟା ଘେରକୁ ଆସିଯାଇଛନ୍ତି ।

କଥାଟି ହେଲା କି ମିଡିଆ ଆଣ୍ଡ ଏଟରଟେନମେଣ୍ଟ କମ୍ପାନୀ ଶୋମାରୁ ସଞ୍ଜୟ ତାଙ୍କ ପତ୍ନୀ ମାନ୍ୟତା ଓ ନିର୍ଦ୍ଦେଶକ ଦେବଙ୍କୁ ଲିଗାଲ ନୋଟିସ ପଠାଇଛି । ଏହି ନୋଟିସ ଅନୁଯାୟୀ ଓରିଜିନାଲ ଫିଲ୍ମର ରାଇଟ୍ସ ଶୋମାରୁ ପାଖରେ ଅଛି । ତେଣୁ ଏଥି ନିମନ୍ତେ ସଞ୍ଜୟ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ଫିଲ୍ମର ରିମେକ କରିବାର ଅଧିକାର ନାହିଁ ।

ପ୍ରକାଶ ଥାଉକି ଏହି ନୋଟିସ ସୋମବାର ସଞ୍ଜୟଙ୍କୁ ପଠାଯାଇଥିଲା । କିନ୍ତୁ ତାଙ୍କୁ ଆଜି ଏହି ନୋଟିସ ଡେଲିଭର ହୋଇଛି । ସଞ୍ଜୟ, ମାନ୍ୟତା ଓ ଦେବଙ୍କୁ ଏହି ନୋଟିସର ଜବାବ 72 ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି । ଏହି ଖବରର ସୂଚନା ଦେଇ ଶୋମାରୁ ହେଡ କେତନ ମାରୁ କହିଛନ୍ତି କି ହଁ ସେମାନେ ଲିଗାଲ ନୋଟିସ ପଠାଇଛନ୍ତି।

ଏହି ଫିଲ୍ମ ପାଇଁ ଆମ କ୍ଷତି ପୂରଣ ମଧ୍ୟ ଦାବି କରିବୁ । ଫିଲ୍ମ 'ପ୍ରସ୍ଥାନ'ର ରାଇଟ୍ସ ଆମ ପାଖରେ ଅଛି । ଆଉ ଆମେ ଏହି ରାଇଟ୍ସ ଜେମିନି ଠାରୁ ନେଇଥିଲୁ । ବିନା କାରଣରେ ସମସ୍ୟା ସୃଷ୍ଟି କିରବାର ଆମର କୌଣସି ଇଚ୍ଛା ନାହିଁ। ଆମେ ସଞ୍ଜୟ, ମାନ୍ୟତା ଓ ଦେବଙ୍କ ସହ ବସି ବୁଝାମଣା କରିବାକୁ ରାଜି ଅଛୁ । ପ୍ରକାଶ ଥାଉକି 2010ରେ ଆସିଥିବା ତେଲୁଗୁ ଫିଲ୍ମ ପ୍ରସ୍ଥାନର ରିମେକ ତିଆରି କରିଛନ୍ତି ସଞ୍ଜୟ ।

ABOUT THE AUTHOR

...view details