ବଲାଙ୍ଗୀର: ବଲାଙ୍ଗୀରର ସ୍ଵସ୍ତିକ ପ୍ରଡକ୍ସନ ଓ ପ୍ରଯୋଜିକା ତଥା ଅଭିନେତ୍ରୀ ଅନିତା ତ୍ରିପାଠୀଙ୍କ ଦ୍ଵାରା ନିର୍ମିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ପ୍ରେମ କାଇଁ ଜାନେ ଧନୀ ଗରିବ’ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅନିତା ତ୍ରିପାଠୀ, ବର୍ଷା ରଥ, ଗୋବର୍ଦ୍ଧନ ଭୋଇ, ନାସିର ଖାନ ଓ ଲୋପନ ମିଶ୍ର ନଜର ଆସୁଛନ୍ତି ।
ତେବେ ଦୁଇ ପୁଅ ଝିଅ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ଏବଂ ଏହାକୁ ଦୁଇ ପରିବାରର ବିରୋଧ ଭଳି କାହାଣୀ ନେଇ ଆଧାରିତ ଏହି ଚଳଚ୍ଚିତ୍ର । କିପରି ମନୁଷ୍ୟଙ୍କ ମଧ୍ୟରେ ପ୍ରେମ ସଦଭାବ ସୃଷ୍ଟି ହେବ ଏହି କାହାଣୀରେ ପର୍ଯ୍ୟବେଶିତ କରିଛନ୍ତି ନିର୍ମାତା ।