ଓଡିଶା

odisha

ETV Bharat / sitara

ଥିଏଟରରେ ଚାଲିଲା ପ୍ରଭାସଙ୍କ ମ୍ୟାଜିକ, ସୁପରହିଟ୍ ସାହୋ

ରିଲିଜ ହେଲା ଆକ୍ସନରେ ଭରପୁର ସାହୋ । ଟଲିଉଡ ପରେ ବଲିଉଡରେ ଛାଇ ଗଲେ ପ୍ରଭାସ ।

By

Published : Aug 30, 2019, 12:07 PM IST

ଥିଏଟରରେ ଚାଲିଲା ବାହୁବଳୀଙ୍କ ମ୍ୟାଜିକ, ସୁପରହିଟ୍ ସାହୋ

ମୁମ୍ବାଇ: ପୁଣି କାମ କଲା ବାହୁବଳୀଙ୍କ ମ୍ୟାଜିକ । ଟଲିଉଡ ପରେ ବଲିଉଡରେ ଛାଇ ଗଲେ ପ୍ରଭାସ । ରିଲିଜ ହେଲା ଆକ୍ସନରେ ଭରପୁର ସାହୋ । ଯାହାକୁ ମିଳୁଛି ଜବରଦସ୍ତ ରେସପନ୍ସ ।

ଘଟିଲା ପ୍ରତିକ୍ଷାର ଅନ୍ତ । ରିଲିଜ ହେଲା ମୋଷ୍ଟୋ ଆୱେଟେଡ ଫିଲ୍ମ ସାହୋ ।ଫିଲ୍ମକୁ ନେଇ ଯାହା ଆଶା କରାଯାଉଥିଲା । ତାହା ଏବେ ସତ ପ୍ରମାଣିତ ହୋଇଛି । ସୁପର ଡୁପର ହିଟ୍ ଲିଷ୍ଟରେ ସାମିଲ ହେବାକୁ ଯାଉଛି ଆକ୍ସନରେ ଭରା ଫିଲ୍ମ ସାହୋ । ଫିଲ୍ମ ଦେଖି ବିଭୋର ହେଉଛନ୍ତି ଫ୍ୟାନ୍ସ । ମିଳୁଛି ଭଲ ରେଟିଙ୍ଗ୍ । ତାହାସହ କ୍ରିଟିକ୍ସଙ୍କ ପ୍ରଶଂସା ।

ଯେମିତ ଆକ୍ସନ ସେମିତି ରୋମାନ୍ସ । ଏହାସହ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଛି ପ୍ରଭାସଙ୍କ ଦମଦାର ଡାଇଲଗ । 350 କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହେବା ଆଶା କରାଯାଉଛି। ପ୍ରଥମ ଦିନରେ ଏହା 15 ରୁ 20କୋଟି ଆୟ କରିବା ନେଇ ମତ ଦେିଛନ୍ତି କ୍ରିଟିକ୍ସ । ତେବେ ଫିଲ୍ମଟି ରିଲିଜ ପୂର୍ବରୁ ହିଁ 320 କୋଟି ଟଙ୍କା ଆୟ କରି ସାରିଛି ।

ଏଠାରେ ସୂଚନାଯୋଗ୍ୟ,‘ସାହୋ’ ଏକ ଆକ୍ସନ-ଡ୍ରାମା ମୁଭି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ। ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଫିଲ୍ମରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ତାମିଲ, ତେଲଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ୍‌ ହୋଇଛି ।

ABOUT THE AUTHOR

...view details