ଓଡିଶା

odisha

ETV Bharat / sitara

ନରେନ୍ଦ୍ର ମୋଦିଙ୍କ ଉପରେ ସିନେମା କରିବେ ରବି କିଶନ

ଭୋଜପୁରୀରେ ନରେନ୍ଦ୍ର ମୋଦିଙ୍କ ଉପରେ ସିନେମା ତିଆରି ହେବ । ଏହାକୁ ତିଆରି କରିବେ ଭୋଜପୁରୀ ଅଭିନେତା ରବି କିଶନ ।

By

Published : May 12, 2019, 9:29 PM IST

ଫଟୋ ଡୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ପପୁଲାର ଭୋଜପୁରୀ ଅଭିନେତା ରବି କିଶନ ଭୋଜପୁରୀରେ ନରେନ୍ଦ୍ର ମୋଦିଙ୍କ ଉପରେ ସିନେମା ତିଆରି କରିବେ । ମୋଦିଙ୍କ ବିଷୟରେ ସମସ୍ତେ ଜାଣିବା ଦରକାର ବୋଲି କହିଛନ୍ତି ରବି କିଶନ ।

ଏହାପରେ ସେ ସ୍ବାମୀ ବିବେକାନନ୍ଦ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜୀବନୀ ଉପରେ ସିନେମା ତିଆରି କରିବେ । ଗୋରଖପରରୁ ବିଜେପି ଲୋକସଭା ପ୍ରାର୍ଥୀ ଭାବରେ ଲଢୁଛନ୍ତି ରବି କିଶନ ।

ତେବେ ରବି କିଶନ କହିଥିଲେ, 'ରାଜନୀତିରେ ଆସିଲେ ମଧ୍ୟ ମୁଁ ସିନେମା କରିବା ଛାଡିବିନି । ଏଠାରେ ଷ୍ଟୁଡିଓ ତିଆରି ହେବ ଓ ଏଠି ହିଁ ଫିଲ୍ମ ନିର୍ମାଣ ହେବ' ବୋଲି କହିଛନ୍ତି ଅଭିନେତା ।

ତେବେ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଥିବା ହିନ୍ଦି ବାୟୋପିକ 'ପି ଏମ ନରେନ୍ଦ୍ର ମୋଦି' ଅନେକ ବିବାଦ ପରେ ମେ 24ରେ ଏହାକୁ ରିଲିଜ କରାଯିବ ।

ABOUT THE AUTHOR

...view details