ଓଡିଶା

odisha

ETV Bharat / sitara

Rashmikaଙ୍କୁ ଦେଖିବା ପାଇଁ 900କିମି ଯାତ୍ରା କଲେ ଫ୍ୟାନ

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଭେଟିବା ପାଇଁ 900 କିଲୋମିଟର ଯାତ୍ରା କରିଛନ୍ତି ତାଙ୍କର ଜଣେ ଦିୱାନା ଫ୍ୟାନ । ଅଧିକ ପଢନ୍ତୁ...

By

Published : Jun 27, 2021, 9:49 PM IST

Rashmikaଙ୍କୁ ଦେଖିବା ପାଇଁ 900କିମି ଯାତ୍ରା କଲେ ଫ୍ୟାନ
Rashmikaଙ୍କୁ ଦେଖିବା ପାଇଁ 900କିମି ଯାତ୍ରା କଲେ ଫ୍ୟାନ

ବେଙ୍ଗାଲୁରୁ:ବିଭିନ୍ନ ଭାଷାରେ ଅଭିନୟ କରୁଥିବା ରଶ୍ମିକା ମନ୍ଦନାଙ୍କ ଟିକେ ଝଲକ ଦେଖିବା ପାଇଁ 900 କିଲୋମିଟର ଯାତ୍ରା କରିଛନ୍ତି ତାଙ୍କର ଏକ ଦିୱାନା ଫ୍ୟାନ । ଫ୍ୟାନ ଜଣକ ତେଲେଙ୍ଗାନାବାସୀ ହୋଇଥିବାବେଳେ ରଶ୍ମିକାଙ୍କ ବାସସ୍ଥାନ କର୍ଣ୍ଣାଟକର କୋଦାଗୁ ଜିଲ୍ଲାକୁ ଯାତ୍ରା କରିଛନ୍ତି । ପ୍ରଶଂସକ ଜଣକ ଏତେ ବାଟ ଯାତ୍ରା କରିଥିବାରୁ ମନ୍ଦନା ଦୁଃଖ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଟ୍ବିଟ କରି ମନ୍ଦନା ସୂଚନା ଦେଇଛନ୍ତି । ଏହାସହିତ ତାଙ୍କୁ ଦେଖିବା ପାଇଁ ଏତେ ବାଟ ଯାତ୍ରା କରିବାକୁ ମନା କରିଛନ୍ତି । ନିଜ ଫ୍ୟାନ୍ସଙ୍କୁ ନ ଦେଖା କରିପାରୁଥିବାରୁ ମନ୍ଦନା ଦୁଃଖ ପ୍ରକାଶ କରିବା ସହିତ ସମୟ ଆସିଲେ ଦେଖା କରିବେ ବୋଲି କହିଛନ୍ତି । ମହାମାରୀ ସମୟରେ ସୁରକ୍ଷିତ ରହି ତାଙ୍କୁ ଭଲପାଇବା ଦେବା ପାଇଁ ସେ କହିଛନ୍ତି । ଏଭଳି କଲେ ସେ ଖୁସି ହେବେ ବୋଲି ଟ୍ବିଟ ମାଧ୍ୟମରେ କହିଛନ୍ତି । ମନ୍ଦନା ବର୍ତ୍ତମାନ ମୁମ୍ବାଇରେ ନିଜର ଆଗାମୀ ଚଳଚ୍ଚିତ୍ରକୁ ନେଇ ବ୍ୟସ୍ତ ରହିଛନ୍ତି ।

ଏହି ସମୟରେ ତାଙ୍କ ପ୍ରଶଂସକ ଆକାଶ ତ୍ରିପାଠୀ କୋଦାଗୁ ଯାଇଥିବା ଜଣାପଡିଛି । ମନ୍ଦନାଙ୍କ ଘର ଠିକଣା ଆକାଶ ପଚାରିବା ପରେ ଲୋକମାନେ ତାଙ୍କୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କୁ ଲକଡାଉନ ସମୟରେ ନିଜ ରାଜ୍ୟକୁ ଫେରିଯିବାକୁ କହିଥିଲା । ଏହାରି ମଧ୍ୟରେ ଆକାଶ ଜାଣିବାକୁ ପାଇଥିଲେ ଯେ ମନ୍ଦନା ବର୍ତ୍ତମାନ ଚଳଚ୍ଚିତ୍ର ସୁଟିଂ ପାଇଁ ମୁମ୍ବାଇରେ ରହୁଛନ୍ତି ।

ତେବେ ସୂଚନା ଥାଉ କି ମନ୍ଦନା ତାମିଲ, ତେଲୁଗୁ ଓ କନ୍ନଡ ଭାଷାରେ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମ ମିସନ ମଜନୁ ମାଧ୍ୟମରେ ମନ୍ଦନା ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ଓ ଏଥିରେ ଅନ୍ୟ କଳାକାର ଭାବେ ସିଦ୍ଧାର୍ଥ ମଲହୋତ୍ରା ଅଭିନୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details