ଓଡିଶା

odisha

By

Published : Aug 27, 2019, 12:05 PM IST

Updated : Aug 28, 2019, 7:16 AM IST

ETV Bharat / sitara

ରାନୁ ମଣ୍ଡଲଙ୍କୁ ନକଲ କରି ଫସିଲେ ପପୁ

ଟିକଟକ ଭିଡିଓ କରି ଫସିଛନ୍ତି କମେଡି କିଙ୍ଗ ପପୁ ପମପମ । ରାନୁ ମଣ୍ଡଳଙ୍କ ମିମିକ୍ କରି ପୁଣି ବିବାଦରେ ପପୁ ।

ଡିଜାଇନ ଫଟୋ

ଭୁବନେଶ୍ବର: ପୁଣି ବିବାଦରେ ପପୁ କିନ୍ତୁ ଏଥର କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ଟିକଟକ ଭିଡିଓକୁ ନେଇ ଚର୍ଚ୍ଚାରେ ପପୁ । କୋଲକାତା ଷ୍ଟେସନରେ ଗୀତ ଗାଇ ବଲିଉଡକୁ ଏଣ୍ଟ୍ରି କରିଥିବା ରାନୁ ମଣ୍ଡଳକୁ ନେଇ ପପୁ କରିଥିବା ଟିକଟକ ଭିଡିଓ ବିରୋଧରେ ବିବାଦ ଦେଖାଦେଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

କିଛିଦିନ ତଳେ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା । ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ ହୋଇଥିବା ଅଭିଯୋଗ କରିଥିଲେ ଦୌଡରାଣୀ । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ମିମିକ୍ କରି ଫସିଛନ୍ତି ପପୁ । ଜଣେ ସାଧାରଣ ବ୍ୟକ୍ତି ଓ ପପୁ ପମ ପମ ଭିଡିଓ କରିବା ମଧ୍ୟରେ ଫରକ ଅଛି ବୋଲି କହିଛନ୍ତି ସିନେ ଆସୋସିଏସନର ସଭାପତି ଦିଲ୍ଲୀପ ହାଲି ।

ପପୁ ଜଣେ ଅଭିନେତା ହୋଇ ମଧ୍ୟ ପବ୍ଲିସିଟି ପାଇଁ ଏପରି କରିବା ନିନ୍ଦନୀୟ ଅଟେ ବୋଲି ମଧ୍ୟ ସଭାପତି କହିଛନ୍ତି । ପ୍ରକାଶଥାଉକି, ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ହିମେଶ ରେସମିୟା ନିଜ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି । ତାଙ୍କୁ ଅନେକ ରିଆଲିଟି ଶୋ'ରେ ମଧ୍ୟ ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତାରାୟ, ଇଟିଭି ଭାରତ

Last Updated : Aug 28, 2019, 7:16 AM IST

ABOUT THE AUTHOR

...view details