ଓଡିଶା

odisha

ETV Bharat / sitara

ଜୁନିୟର ଇଣ୍ଡିଆନ ଆଇଡଲ ଅନନ୍ୟାଙ୍କ ପାଇଁ ଭୋଟ ଅପିଲ କଲେ ସଙ୍ଗୀତକାର - indian idol

ଓଡି଼ଆ ଝିଅ ଅନନ୍ୟା ଶ୍ରିତମ ନନ୍ଦ ଏବେ ରିୟାଲିଟି ଶୋ ‘ରାଇଜିଙ୍ଗ ଷ୍ଟାର’ର ପ୍ରମୁଖ ପ୍ରତିଯୋଗୀ ରୂପେ ନଜର ଆସିଛନ୍ତି । ବର୍ତ୍ତମାନ ସେ ଶ୍ରେଷ୍ଠ 6 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ତାଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଓଡିଶାର ସଙ୍ଗୀତକାର ଓ କଣ୍ଠଶିଳ୍ପୀମାନେ ଅପିଲ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅନନ୍ୟା ଶ୍ରୀତମ ନନ୍ଦ

By

Published : Jun 1, 2019, 1:46 AM IST

ଭୁବନେଶ୍ବର: ଅନେକ ସମୟରେ ନିଜର କଳାର ପରିଚୟ ଦେଇ ଓଡିଶାର ଶିଳ୍ପୀମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟର ନାମକୁ ଗୌରବାନ୍ବିତ କରାଇଥାନ୍ତି । ବିଗତ ଦିନ ମାନଙ୍କରେ ମଧ୍ୟ ଅନେକ ଓଡିଆ ଶିଳ୍ପୀ ଜାତୀୟ ଗଣମାଧ୍ୟମରେ ଆୟୋଜିତ ରିଏଲିଟି ଶୋରେ ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ଚମତ୍କୃତ କରିଥିବାବେଳେ ଟାଇଟଲ ଜିତି ରାଜ୍ୟକୁ ମହିମାମଣ୍ଡିତ କରିସାରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗତ କିଛିବର୍ଷ ତଳେ ଇଣ୍ଡିଆନ ଆଇଡଲ ଜୁନିରର ଟାଇଟଲ ହାସଲ କରିଥିବା ଅନନ୍ୟା ଶ୍ରିତମ ନନ୍ଦ ପୁଣି ଥରେ ଆଉ ଏକ ରିୟାଲିଟି ଶୋରେ ଭାଗ ନେଇ ନିଜର ଜଲୱା ଦେଖାଉଛନ୍ତି । ତାଙ୍କୁ ଏହି ପ୍ରତିଯୋଗିତାରେ ନିଜର ସମର୍ଥନ ଜଣାଇବା ସହ ରାଜ୍ୟର ନାମକୁ ପୁଣିଥରେ ଗର୍ବିତ କରିବା ପାଇଁ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବାକୁ ଆଗ ଧାଡିର ସଙ୍ଗୀତ ନିର୍ଦେଶକମାନେ ଅପିଲ କରିଛନ୍ତି ।

ଏନେଇ ଆଜି (ଶୁକ୍ରବାର) ସ୍ଵରାଭିଷେକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ଯେଉଁଥିରେ ସଙ୍ଗୀତ ନିର୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପ୍ରେମାନନ୍ଦ ତାଙ୍କର ଆଦ୍ୟଗୁରୁ ନୀଳମଣି ଓଝା ଓ ସନ୍ତୋଷ କର ପ୍ରମୁଖ ଓଡିଶାର ଜନସାଧାରଣଙ୍କୁ ନିଜ ମୋବାଇଲରୁ ଗୋଟିଏ ଲେଖାଏଁ ଭୋଟ ଦେଇ ତାଙ୍କୁ ଆଗକୁ ବଢାଇବାକୁ ଅପିଲ କରିଛନ୍ତି।

ପ୍ରକାଶ ଥାଉକି, ଜୁନିଅର ଇଣ୍ଡିଆନ ଆଇଡଲ ବିଜେତା ଅନନ୍ୟା ଏବେ କଲରସ ଟିଭିର ରିଏଲିଟି ଶୋ ‘ରାଇଜିଙ୍ଗ ଷ୍ଟାର’ର ପ୍ରମୁଖ ପ୍ରତିଯୋଗୀ । ନିଜ ପ୍ରଦର୍ଶନ ଓ ଦର୍ଶକଙ୍କ ଭୋଟ ପାଇଁ ସେ ଏବେ ଶ୍ରେଷ୍ଠ 6 ଜଣଙ୍କ ମଧ୍ୟରେ ସ୍ଥାନ ପାଇସାରିଛନ୍ତି । ତେଣୁ ତାଙ୍କୁ ପ୍ରଥମ ସ୍ଥାନକୁ ଆଣି ଜିତାଇବା ପାଇଁ ଓଡିଶାବାସୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ଅନେକ ସଙ୍ଗୀତକାର ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details