ଭୁବନେଶ୍ବର: ଆଉ ୨ ମାସ ପର୍ଯ୍ୟନ୍ତ ଶୁଣିବାକୁ ମିଳିବନି ଓଡି଼ଶାର ଲୋକପ୍ରିୟ ୟୁଟ୍ୟୁବ ଷ୍ଟାର ତଥା କମେଡିଆନ କାଳିଆ ଷଣ୍ଢଙ୍କ କମେଡି । ଛାତ ଉପରୁ ପଡିଯାଇ ଅସୁସ୍ଥ ହୋଇପଡିଛନ୍ତି ଦର୍ଶକଙ୍କ ଏହି ଲୋକପ୍ରିୟ କମେଡିଆନ । ତାଙ୍କର ପଛପଟ ହାଡ ଭାଙ୍ଗିଯାଇଥିବାବେଳେ ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ କହିଥିବା ଜଣାପଡ଼ିଛି ।
ୟୁଟ୍ୟୁବରୁ ଦର୍ଶକଙ୍କୁ ଖୁବ ମଜାଦାର କଥା କହି ହସାଉଥିଲେ ଏହି କମେଡିଆନ । କିନ୍ତୁ ଆଉ ୨ ମାସ ପର୍ଯ୍ୟନ୍ତ ତାଙ୍କ କମେଡି଼ ପ୍ରଶଂସକମାନେ ଦେଖିପାରିବେ ନାହିଁ । ସେ ଗତ କିଛି ଦିନ ପୂର୍ବରୁ ଛାତ ଉପରୁ ପଛୁଆ ପଡିଯାଇଥିବାବେଳେ ପଛପଟ ହାଡ଼ ଭାଙ୍ଗିଯାଇଥିବା ସେ କହିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଡାକ୍ତର ତାଙ୍କୁ ୨ ମାସ ବେଡରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି । ୨ ମାସ ପରେ ସେ ପୁଣି କମେଡି ଜଗତକୁ ଫେରି ଲୋକଙ୍କୁ ମନୋରଞ୍ଜନ କରାଇବେ ବୋଲି କହିଛନ୍ତି ।