ଓଡିଶା

odisha

ETV Bharat / sitara

ଓଡ଼ିଆ ଚଳଚ୍ଚିତ୍ର ‘ଅଟୋଗ୍ରାଫ୍’ ର ଶୁଭ ମହୁରତ

ଖୁବଶୀଘ୍ର ‘ଅଟୋଗ୍ରାଫ’ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆୟୋଜିତ ହୋଇଯାଇଛି ଏହାର ଶୁଭ ମହୁରତ । ନଜର ଆସିଲେ ଷ୍ଟାରକାଷ୍ଟ ।

By

Published : Aug 8, 2019, 1:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଗାମୀ ଚଳଚ୍ଚିତ୍ର ‘ଅଟ୍ରୋଗ୍ରାଫ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ମହୁରତରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା, ସଞ୍ଜୟ ନାୟକ(ଟୁଟୁ) ଏବଂ ସମାଜସେବୀ ଶଶିଭୂଷଣ ସାହୁ ଯୋଗ ଦେଇଥିଲେ ।

https://etvbharatimages.akamaized.net/etvbharat/prod-images/4074128_01.JPG

‘ଅଟ୍ରୋଗ୍ରାଫ୍’ର ପ୍ରଯୋଜକ ପ୍ରସନ୍ନ ଦ୍ବିବେଦୀ(ଟୁନା) ଓ ଏ. ଆର, ରେହମନଙ୍କ ସହ ଏହି ମହୁରତରେ ଚଳଚ୍ଚିତ୍ରର ପୁରା କଳାକାର ନଜର ଆସିଥିଲେ । ଚଳଚ୍ଚିତ୍ରର ଅଭିନେତା ଦୀପକ, ନବାଗତ ଅଭିନେତ୍ରୀ ସ୍ବାତୀ, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପୂଜା, ଜୀବନ ପଣ୍ଡା, ବିଜୁ ବଡ଼ଜେନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ନିଜେ ପ୍ରଯୋଜକ ପ୍ରସନ୍ନ କରିବାକୁ ଯାଉଥିବା ବେଳେ ଏଥିରେ ସଂଳାପ ଦେବେ ଆଶୁତୋଷ । ସେହିପରି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କାର୍ଯ୍ୟ ସମ୍ଭାଳିବେ ଅଭିଜିତ୍ ମଜୁମଦାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

‘ଅଟୋପ୍ରାଫ୍’ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ପ୍ରସ୍ତୁତି କରିବା ସହ ନିର୍ଦ୍ଦେଶନା ଦେବେ ରମେଶ ରାଉତ । ଅନ୍ୟପଟେ ସମ୍ପାଦନା କରିବେ ରାଜେଶ ରାଉତ ଏବଂ ଡିଓପି ଭୂମିକାରେ କାର୍ଯ୍ୟ କରିବେ ଅଜିତ । ଚଳଚ୍ଚିତ୍ରର କ୍ରିଏଟିଭ ହେଡ ରୂପେ ପ୍ରଣୟ ଜେଠୀ ଥିବା ବେଳେ ପବ୍ଲିସିଟି ଡିଜାଇନ କରିବେ ଆଠାର ଅଲ୍ଲୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details