ଓଡିଶା

odisha

ETV Bharat / sitara

ଅନୁଷ୍ଠିତ ହେଲା ଫିଲ୍ମ 'ତୁ ମୋ ଇସ୍କ'ର ଶୁଭ ମହୁରତ

ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ 'ତୁ ମୋର ଇସ୍କ' । ଆଞ୍ଚଲ ଫିଲ୍ମ ବ୍ୟାନର ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟିର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଫିଲ୍ମରେ ଦର୍ଶକ ଏଥର ଦେଖିବାକୁ ପାଇବେ ଅଭିନେତା ମୋହନ ଓ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରେଶ ଯୋଡି ।

By

Published : Mar 12, 2019, 4:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଭୁବନେଶ୍ବର: ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ 'ତୁ ମୋର ଇସ୍କ' । ଆଞ୍ଚଲ ଫିଲ୍ମ ବ୍ୟାନର ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟିର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଫିଲ୍ମରେ ଦର୍ଶକ ଏଥର ଦେଖିବାକୁ ପାଇବେ ଅଭିନେତା ମୋହନ ଓ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରେଶ ଯୋଡି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଖାଲି ନାୟକ, ନାୟିକା ନୁହେଁ ବରଂ ଫିଲ୍ମରେ ମୁଖ୍ୟ ଖଳନାୟକ ଭାବରେ ନଜର ଆସିବେ ଅଭିନେତା କାଳୁ । ଏହାଛଡା ଫିଲ୍ମରେ ଅଭିନେତା ଅଶ୍ରୁମୋଚନ, ବିଜୁ ବଡ଼ଜେନା, ରାଜା ,ଦିବ୍ୟ, ରବି ମିଶ୍ର, କୁସୁମ ମିଶ୍ର,ରବି ମିଶ୍ର,ଜୀବନ ପଣ୍ଡା ମଧ୍ୟ ଆଜି ନଜର ଆସିବେ ।

ପପୁ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଚିତ୍ତରଞ୍ଜନ ରାଉତ ଋତୁପର୍ଣ୍ଣ। ,ଓ ସନ୍ତୋଷ ମହାନ୍ତି । ଆଉ କାହାଣୀ ରଚନା କରିଛନ୍ତି ସସ୍ମିତା ରାଉତ। ତେବେ ଆଜି ଏହି ଫିଲ୍ମର ଶୁଭ ମହୁରତ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ରିଲିଜ ହେବ ବୋଲି ଫିଲ୍ମର କଳାକାରମାନେ କହିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details