ଭୁବନେଶ୍ବର: ଓଡ଼ିଆ ନୂତନବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡିଆ ସିନେପ୍ରେମୀଙ୍କୁ ମିଳିବ ଗୋଟିଏ ବଡ ସରପ୍ରାଇଜ। ଦର୍ଶକ ରୂପେଲି ପରଦାରେ ଦେଖିବାକୁ ପାଇବେ ନୂଆ ସିନେମା "ରଙ୍ଗ ବରଷିବ ଟୁପୁରୁ ଟୁପୁରୁ"। ପାରିବାରିକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମଟି ଭେଟି ଦେବାକୁ ଯାଉଛନ୍ତି ଓଡ଼ିଆ ଟେଲି ଧାରାବାହିକ ଜଗତର ପ୍ରଖ୍ୟାତ ନିର୍ମାତା ଜିତେନ୍ଦ୍ରନାଥ ମହାପାତ୍ର।
ଫିଲ୍ମଟି କୌଣସି ତେଲୁଗୁ କିମ୍ବା ହିନ୍ଦୀ ଫିଲ୍ମର ରିମେକ ନୁହେଁ ବରଂ ସମ୍ପୂର୍ଣ୍ଣ ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ବୋଲି ରୋଟାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହନ୍ତି ନିଜେ ନିର୍ମାତା। ଫିଲ୍ମର ମୌଳିକ କାହାଣୀ, ରଚନା ଠାରୁ ଆରମ୍ଭ କରି ସ୍କ୍ରିନ ପ୍ଲେ,ଡାଇଲାଗ ରଚନାର ଭାର ଗ୍ରହଣ କରିଛନ୍ତି ନିଜେ ନିର୍ମାତା ଶ୍ରୀ ମହାପାତ୍ର।