ଭୁବନେଶ୍ବର: ଦର୍ଶକଙ୍କ ଅପେକ୍ଷାର ଘଟିଲା ଅନ୍ତ । ଖୁବଶୀଘ୍ର ସିନେମାଘରେ ଦେଖିବାକୁ ମିଳିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । ପ୍ରଥମ ଥର ଓଡ଼ିଆ ଭାଷାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରଟି ଆଉ ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ 9ରେ ଓଡ଼ିଶାରେ ମୁକ୍ତିଲାଭ କରିବ । ପୂର୍ବରୁ ଏହି କାହାଣୀକୁ ନେଇ 13ଟି ଭାଷାରେ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି ।
‘ନାୟକର ନାଁ ଦେବଦାସ’ ଓଡ଼ିଶାରେ ପାଖାପାଥି 54ଟି ସିନେମା ହଲରେ ଏକାକାଳୀନ ମୁକ୍ତିଲାଭ କରିବ । ଏହାସହ କଟକ, ଭୁବନେଶ୍ବରରେ ଏହି ଚଳଚ୍ଚିତ୍ରର ପ୍ରିମିୟରର ଆୟୋଜନ ମଧ୍ୟ କରାଯିବ। ଚଳଚ୍ଚିତ୍ର ସଂଳାପ ଦେବୀଦତ୍ତ ମହାନ୍ତି ରଚନା କରିଥିବା ବେଳେ ଚିତ୍ରନାଟ୍ୟ ନର୍ମାଣ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ । ସେହି ପରି ‘ନାୟକର ନାଁ ଦେବଦାସ’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ କଣ୍ଠ ଦାନ କରିଛନ୍ତି କଣ୍ଠଶଳୀ ଅସୀମା ପଣ୍ଡା, ଅପତା ଚୌଧୁରୀ, ହ୍ୟୁମାନ ସାଗର, ବିଷ୍ଣମୋହନ କବି, ଅନିଷା ।