ଓଡିଶା

odisha

ETV Bharat / sitara

‘ଆୟା ପ୍ୟାର କା ୟେ ମୌସମ’ର ଶୁଭମୁହୁରତ

ରାଧା କ୍ରିଏସନରେ ରିଲିଜ ହେବ ଓଡିଆ ଫିଲ୍ମ ‘ଆୟା ପ୍ୟାର କା ୟେ ମୌସମ’ । ଫିଲ୍ମର କାହାଣୀ ଲେଖିଛନ୍ତି ଡ଼ ନିର୍ମଳ ନାୟକ ।

By

Published : Jul 13, 2019, 10:43 PM IST

Updated : Jul 13, 2019, 11:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଧା କ୍ରିଏସନ ବ୍ୟାନରରେ ତିଆରି ହେବ ଫିଲ୍ମ ‘ଆୟା ପ୍ୟାର କା ୟେ ମୌସମ’। ଆଜି (13 ଜୁଲାଇ) ଫିଲ୍ମର ଶୁଭମୁହୁରତ ହୋଇଛି । ଫିଲ୍ମରେ ନବାଗତ ହିରୋ ରିଷିବ ପଟ୍ଟନାୟକ ନଜର ଆସିବେ । ରିଷିବ ପୂର୍ବରୁ ଅନେକ ଗୁଡିଏ କ୍ଷୁଦ୍ର ଚଳଚିତ୍ରରେ ନଜର ଆସିଥିବା ବେଳେ ପ୍ରଥମ ଥର କରି ବଡ଼ ପରଦାରେ ଡେବ୍ୟୁ କରିବେ ।

କାହାଣୀ ଡ଼ ନିର୍ମଳ ନାୟକ ଲେଖିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ବୈଦ୍ୟନାଥ ଓ ନିଜ କଣ୍ଠର ଯାଦୁ ଚଲାଇଛନ୍ତି ଗାୟିକା ପୂଜା । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ ଶେଖର । ତେବେ ମୁହୁରତରେ ଅଭିନେତ୍ରୀ ଭୂମିକା ଯୋଗ ଦେଇ ଫିଲ୍ମ ପାଇଁ ଶୁଭେଚ୍ଛା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ




Last Updated : Jul 13, 2019, 11:40 PM IST

ABOUT THE AUTHOR

...view details