ଭୁବନେଶ୍ବର: ଓଡିଆ ଫିଲ୍ମ ‘ଲଭ ବାର୍ଡ,ଦୁଇଟି ହୃଦୟ ଗୋଟିଏ କଥା’ ଓ ‘ତୁ ମୋ ହାର୍ଟ ବିଟ’ ଶୁଭ ମୁହୁରତ ଭୁବନେଶ୍ବରସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ଏହି ଦୁଇଟି ଫିଲ୍ମରେ ନଜର ଆସିବେ ନବାଗତ ସୌରଭ । ତାଙ୍କ ସହ ରୋମାନ୍ସ କରିବେ ଜ୍ୟୋତି ଓ ସମିତା । ଦୁଇଟି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅମରଜିତ ଓଝା । ‘ଲଭ ବାର୍ଡ,ଦୁଇଟି ହୃଦୟ ଗୋଟିଏ କଥା’ ପ୍ରଯୋଜନା କରିଛନ୍ତି ଦିବ୍ୟାଶା ମହାନ୍ତି ।
ଦୁଇ ଦୁଇଟି ଓଡିଆ ପ୍ରେମ କାହାଣୀର ଶୁଭ ମୁହୁରତ - ଅମରଜିତ ଓଝା
ଖୁବଶୀଘ୍ର ଆଉ ଦୁଇଟି ପ୍ରେମ କାହାଣୀ ନେଇ ଆସୁଛି ଓଡିଆ ଫିଲ୍ମ ଇଣ୍ତଷ୍ଟ୍ରି । ଫିଲ୍ମ ‘ଲଭ ବାର୍ଡ, ଦୁଇଟି ହୃଦୟ ଗୋଟିଏ ପ୍ରେମ’ ଓ ‘ତୁ ମୋ ହାର୍ଟ ବିଟ୍’ ଭଳି ପ୍ରେମ କାହାଣୀ ନେଇ ଆସୁଛନ୍ତି ନିର୍ଦ୍ଦେଶକ ଅମରଜିତ ଓଝା ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ତେବେ ଫିଲ୍ମକୁ ସଙ୍ଗୀତରେ ସଜେଇଛନ୍ତି ଶାନ୍ତନୁ ନାୟକ । ଦର୍ଶକମାନଙ୍କୁ ଖୁବ ଶୀଘ୍ର ଏହି ଦୁଇଟି ପ୍ରେମ କାହାଣୀ ଦେଖିବାକୁ ମିଳିବ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ