ଓଡିଶା

odisha

ETV Bharat / sitara

ବଲିଉଡରେ ମିଳିଲାନି ବ୍ରେକ, ନିରାଶ ମଡେଲଙ୍କ ଆତ୍ମହତ୍ୟା

ବଲିଉଡରେ ହିରୋଇନ ବନିବାର ଆଶା ରହିଲା ଅଧୁରା । କାମ ନମିଳିବାରୁ ଛାତ ଉପରୁ ଡେଇଁ ଆତ୍ମହତ୍ୟା କଲେ ମଡେଲ ।

By

Published : Aug 31, 2019, 2:03 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

ମୁମ୍ବାଇ: ବଲିଉଡରେ ସ୍ଥାନଟିଏ ତିଆରି କରିବା ଲାଗି ଅନେକ ନବାଗତ ସଙ୍ଘର୍ଷ କରିଥାନ୍ତି । ମାୟା ନଗରୀ ମୁମ୍ବାଇରେ ଲାଗିଥାଏ ଆଶାୟୀଙ୍କ ଭିଡ । କିନ୍ତୁ କାମ ନମିଳିଲେ କିଛି ଫେରିଯାଆନ୍ତି ତ କିଛି ଅଲଗା ବ୍ୟବସାୟରେ ଲାଗିଯାଆନ୍ତି । ଆଉ କିଛି ନିରାଶ ହୋଇ ଜୀବନ ହାରିଦିଅନ୍ତି । ସେହିପରି ଏକ ଘଟଣା ନିକଟରେ ଘଟିଛି ।

ମୁମ୍ବାଇର ଲୋଖଣ୍ଡୱାଲା ଅଞ୍ଚଳରେ ଥିବା ନିଜ ଘର ଛାତ ଉପରୁ ଡେଇଁ ମୃତ୍ୟୁକୁ ଆପଣାଇଛନ୍ତି ଜଣେ ନବାଗତ ଅଭିନେତ୍ରୀ । ଶୁକ୍ରବାର ଏହି ଘଟଣାର ସୂଚନା ମିଳିଥିଲା । ୱାଶିୱାରା ପୋଲିସ ଦ୍ବାରା ବର୍ତ୍ତମାନ ଏହି ମାମଲାର ତଦନ୍ତ ଜୋରସୋରରେ ଚାଲିଛି । ଘଟଣାକୁ ନେଇ ଅଧିକା ସୂଚନା ଦେଇନାହିଁ ପୋଲିସ ।

ମୃତକଙ୍କ ପରିଚୟ ପର୍ଲ ପଞ୍ଜାବୀ ରୂପେ କରାଯାଇଛି । ଯିଏ ମାତ୍ର 20 ବର୍ଷର ଥିଲେ । ପ୍ରକାଶ ଥାଉକି ପର୍ଲ ଗୁରୁବାର ରାତିରେ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କୁ କୋକିଲାବେନ ମେଡିକାଲରେ ମୃତ୍ୟୁ ଘୋଷଣା କରାଯାଇଥିଲା ।

ମଡେଲିଂ କରିବା ସହ ପର୍ଲ କିଛି ସମୟରୁ ବଲିଉଡରେ ବ୍ରେକ ପାଇବା ପାଇଁ ସଂଘର୍ଷ କରିଆସୁଥିଲେ । କିନ୍ତୁ ଭାଗ୍ୟ ସାଥ ଦେଇନଥିଲା । ଯାହାଦ୍ବାରା ସେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିଲା ।

ଏପରିକି ସେ ଡିପ୍ରେସନର ଶିକାର ହୋଇଥିବା ସୂଚନା ରହିଥିଲା । ସେ ପ୍ରାୟତଃ ନିଜ ମାଆଙ୍କ ସହ ଝଗଡା କରୁଥିବାର ଅଭିଯୋଗ ମଧ୍ୟ ନୋଟ କରିଛି ପୋଲିସ । ଫଳରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details