ଓଡିଶା

odisha

ETV Bharat / sitara

ରିଲିଜ ହେଲା ଓଡି଼ଆ କ୍ଷୁଦ୍ର ଚଳଚ୍ଚିତ୍ର 'ସାୱାରିୟା'

ଭାଲେଣ୍ଟାଇନ ଅବସରରେ ଦର୍ଶକ ଦେଖିବାକୁ ପାଇଛନ୍ତି ଏକ ଶାନଦାର ରୋଣ୍ଟିକ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ସାୱାରିୟା । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି କୋରିଓଗ୍ରାଫର ବିଦୁ ଓ ସଙ୍ଗୀତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Feb 15, 2019, 5:11 PM IST

ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ୱର: 'ଭାଲେଣ୍ଟାଇନ ଡେ' ଅବସରରେ ଓଲିଫେକ୍ସ ନିବେଦିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର 'ସାୱରିୟା' ରିଲିଜ ହୋଇଛି । କିଛି ମାସ ପୂର୍ବରୁ ପୋଲାଣ୍ଡର ଝିଅର ପ୍ରେମ କାହାଣୀ ବହୁ ଚର୍ଚ୍ଚାରେ ଥିଲା । ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ଏହି ଝିଅର ପ୍ରେମ ବାର୍ତ୍ତା ମଧ୍ୟ ଘୁରି ବୁଲିଥିଲା । ଏହି କାହାଣୀଙ୍କୁ ଆଧାର କରି ତିଆରି ହୋଇଛି ଚଳଚ୍ଚିତ୍ର ସାୱାରିୟା ।

ପୋଲାଣ୍ଡ ଝିଅର ପ୍ରେମକାହାଣୀକୁ ନେଇ ଫିଲ୍ମ ସାୱାରିଆର କାହାଣୀ ଗତିଶୀଳ । ତେବେ ପ୍ରଥମ ଦିନରେ ଏହି ସିନେମାକୁ ବେଶ ପସନ୍ଦ କରିଛନ୍ତି ସିନେପ୍ରେମୀ ।

'ସାୱାରିୟା'ରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସିଛନ୍ତି ଓଡି଼ଶାର ଜଣାଶୁଣା କୋରିଓଗ୍ରାଫର ବିଦୁ । ଅନ୍ୟପଟେ ତାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସଙ୍ଗୀତା । ଚଳଚ୍ଚିତ୍ରର ରୋମାଣ୍ଟିକ ଗୀତରେ କଣ୍ଠ ଦାନ କରିଛନ୍ତି ଲୋକପ୍ରିୟ ଗାୟିକା ଆସୀମା ପଣ୍ଡା ।

ABOUT THE AUTHOR

...view details