ଭୁବନେଶ୍ବର: ଆଜି ରାଜଧାନୀରେ ଆରମ୍ଭ ହେବାକୁ ଥିବା ଓଲିଉଡ ଫିଲ୍ମ ଫେୟାର ଆୱାର୍ଡର 9ତମ ସଂସ୍କରଣରେ ଯୋଗଦେବାକୁ ଓଡ଼ିଶା ମାଟିରେ ପହଞ୍ଚିଛନ୍ତି ବି-ଟାଉନର ବେଷ୍ଟ କମେଡିଆନ ଜନି ଲିଭର।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ଏହି ଅବସରେ ଆୟୋଜିକ ଏକ ସାମ୍ବାଦିକ ସମ୍ମିଳନୀରେ ଜନ ରାଓରୁ ଜନି ଲିଭର ହେବା ପର୍ଯ୍ୟନ୍ତ କାହାଣୀ ବିଷୟରେ ଆଲୋଚନା କରିଥିଲେ ଜନି । ଏହାସହ ସେ କହିଛନ୍ତି କି କମେଡିଆନକୁ ସବୁବେଳେ ଲୋକଙ୍କୁ ହସେଇବା ପାଇଁ ଦମ ଦରକାର ପଡିଥାଏ । ଲୋକଙ୍କୁ ହସାଇବା ସହଜ କଥା ନୁହେଁ ।
ଭଗବାନଙ୍କ ଦ୍ବାରା ଉପହାର ସୂରପ ମଣିଷକୁ କମେଡି ମିଳିଥାଏ । ତାହା କେବେ ଶିଖି କରି ହାସଲ କରି ହୁଏନାହିଁ । ଲୋକଙ୍କୁ ହସାଇବା ପାଇଁ ତାଙ୍କୁ ଲୋକଙ୍କ ଠାରୁ ହିଁ ପ୍ରେରଣା ମିଳୁଛି । ତେଣୁ ଏହି କାମରେ ଥକି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଜନି ।
ଖାଲି ଏତିକି ନୁହେଁ ସେ ରାଜନୀତିକୁ ନେଇ ମଧ୍ୟ ନିଜର ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ରୂପେ ରାଜନୀତିରେ ପାଦ ରଖିବେ ନାହିଁ ବୋଲି ମନା କରିଦେଇଛନ୍ତି । କାରଣ ସେ ଚାହୁଁନାହାଁନ୍ତି ହସାଉଥିବା ଲୋକକୁ କେହି ଗାଳି ଦିଅନ୍ତୁ ବୋଲି । ରାଜନୀତିରେ ପାଦ ଦେଲେ ତାଙ୍କ ମର୍ଯ୍ୟାଦା କମିଯିବ ବୋଲି ମଧ୍ୟ କହିଛନ୍ତି ସେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ