ଓଡିଶା

odisha

ETV Bharat / sitara

ଟ୍ୟାକ୍ସ ଫ୍ରି ହେଲା କାଶ୍ମୀର ଫାଇଲ୍ସ, ପ୍ରଶ୍ନ ଉଠାଇଲେ ଝୁଣ୍ଡ ନିର୍ମାତା - କାଶ୍ମୀର ଫାଇଲ୍ସକୁ ଟିକସମୁକ୍ତ ଉପରେ ଝୁଣ୍ଡର ନିର୍ମାତାଙ୍କ ପ୍ରତିକ୍ରିୟା

ଫିଲ୍ମ ଝୁଣ୍ଡର ନିର୍ମାତା ସବିତା ରାଜ ହିରେମଠ କାଶ୍ମୀର ଫାଇଲ୍ସକୁ ଟିକସ ମୁକ୍ତ କରିବା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଶ୍ମୀର ଫାଇଲ୍ସ ଟିକସ ମୁକ୍ତ କି ନାହିଁ ସେ ପ୍ରଶ୍ନ କରିଛନ୍ତି ଏବଂ ତାଙ୍କ ଚଳଚ୍ଚିତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଝୁଣ୍ଡ ନିର୍ମାତା କାଶ୍ମୀର ଫାଇଲ୍ସ ଟିକସ ମୁକ୍ତ ଉପରେ ଉଠାଇଲେ ପ୍ରଶ୍ନ
ଝୁଣ୍ଡ ନିର୍ମାତା କାଶ୍ମୀର ଫାଇଲ୍ସ ଟିକସ ମୁକ୍ତ ଉପରେ ଉଠାଇଲେ ପ୍ରଶ୍ନ

By

Published : Mar 19, 2022, 4:32 PM IST

ମୁମ୍ବାଇ:ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏବେ ସବୁଠି ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ୯୦ ଦଶକରେ କାଶ୍ମୀର ଘାଟିରୁ କିଭଳି କାଶ୍ମୀର ପଣ୍ଡିତ ପଳାୟନ କରିଥିଲେ ତାହା ଚିତ୍ରଣ କରାଯାଇଛି । ଏହି ଚଳଚ୍ଚିତ୍ରଟି ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏକି ସାରା ଦେଶରୁ ଏବେ ପ୍ରଶଂସା ସାଉଁଟୁଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 100 କୋଟି କ୍ଲବରେ ଏଣ୍ଟ୍ରି କରିଛି । କେବଳ ଏତିକି ନୁହେଁ, ଅନେକ ରାଜ୍ୟ ସରକାର ମଧ୍ୟ ଏହି ଚଳଚ୍ଚିତ୍ର ଟ୍ୟାକ୍ସକୁ ନିଜ ରାଜ୍ୟରେ ମୁକ୍ତ କରିଛନ୍ତି, ଯାହାଫଳରେ ଅଧିକରୁ ଅଧିକ ଲୋକ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚନ୍ତି ।

ଏଥିସହିତ ଫିଲ୍ମ 'ଝୁଣ୍ଡ'ର ନିର୍ମାତା ସବିତା ରାଜ ହିରେମଠ' କାଶ୍ମୀର ଫାଇଲ୍ସ'କୁ ଟିକସମୁକ୍ତ କରିବା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । 'କାଶ୍ମୀର ଫାଇଲ୍ସ' ଟିକସମୁକ୍ତ କି ନାହିଁ ସେ ପ୍ରଶ୍ନ କରିଛନ୍ତି ଏବଂ ତାଙ୍କ ଚଳଚ୍ଚିତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସବିତା ରାଜ ହିରମଠ ଶୁକ୍ରବାର ଦିନ ଏକ ଫେସବୁକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର 'ଝୁଣ୍ଡ' ମଧ୍ୟ କମ୍ ଗୁରୁତ୍ୱପୂର୍ଣ୍ଣ ନଥିଲା ।

ସେ ପୋଷ୍ଟ କରି ଲେଖିଛନ୍ତି, 'ମୁଁ ନିକଟରେ କାଶ୍ମୀର ଫାଇଲ୍ସ ଦେଖିଛି ଏବଂ କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବାର କାହାଣୀ ଏହା ହୃଦୟ ବିଦାରକ ଏବଂ ଏହା ଏକ କାହାଣୀ ଯାହା କହିବା ଆବଶ୍ୟକ । କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଏହା ଏକ ଭଲ ସ୍ୱର । କିନ୍ତୁ 'ଝୁଣ୍ଡ'ର ନିର୍ମାତା ଭାବରେ ମୁଁ ଆଶ୍ଚର୍ଯ୍ୟ ଯେ, 'ଝୁଣ୍ଡ' ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର । ଏହାର ଏକ କାହାଣୀ ଏବଂ ଏକ ବଡ ବାର୍ତ୍ତା ଅଛି ଯାହା ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସା ଲାଭ କରିଛି ।

ଏହା ବି ପଢନ୍ତୁ: Jhund trailer: ଝୁଣ୍ଡର ଟ୍ରେଲର ରିଲିଜ, ଦମଦାର ଲୁକରେ ବିଗ୍ ବି

ସବିତା ରାଜ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ, ଏହା ଜାଣିବା ପାଇଁ ଉତ୍ସୁକ ଯେ, ସରକାରଙ୍କ ପାଇଁ ଗୋଟିଏ ଚଳଚ୍ଚିତ୍ର ବାଛିବା ଏବଂ ଏହାକୁ ମନୋରଞ୍ଜନ କରରୁ ମୁକ୍ତ କରିବାର କ’ଣ ମାପଦଣ୍ଡ ରହିଛି, ଯାହା ଆଧାରରେ ସରକାର କୌଣସି ଫିଲ୍ମକୁ ଟ୍ୟାକ୍ସ ମୁକ୍ତ କରାଇ ମିଡିଆ ମାଧ୍ୟମରେ କିମ୍ବା ଏହାର କର୍ମଚାରୀମାନଙ୍କୁ ଅଧା ଦିନ ଛୁଟି ଦେଇ ସେହି ଚଳଚ୍ଚିତ୍ରକୁ ସମର୍ଥନ କରିପାରିବେ ।

ଏହା ପରେ ସେ ତାଙ୍କ ଚଳଚ୍ଚିତ୍ର ବିଷୟରେ କହିଥିଲେ ଯେ 'ଝୁଣ୍ଡ' ଏକ ବିଷୟ ଯାହା ଆମ ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଚଳଚ୍ଚିତ୍ରରେ କେବଳ ଜାତି ଏବଂ ଆର୍ଥିକ ଅସମାନତା ବିଷୟରେ କଥାବାର୍ତ୍ତା ହୋଇନି । ବରଂ 'ଝୁଣ୍ଡ' ସମାଜର ନିମ୍ନ ସ୍ତରକୁ ସେମାନଙ୍କର ସଫଳତାର କାହାଣୀ ବନାଇବାର ଏକ ଉପାୟ ମଧ୍ୟ ଦେଖାଇଛି ।

ଏହା ବି ପଢନ୍ତୁ: ଇତିହାସ ରଚିଲା The Kashmir Files, 8 ଦିନରେ ଭାଙ୍ଗିଲା ବାହୁବଳୀ-୨ର ରେକର୍ଡ

ଫିଲ୍ମ 'ଝୁଣ୍ଡ' ମାର୍ଚ୍ଚ 4ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ଅମିତାଭ ବଚ୍ଚନ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ସାମାଜିକ କାର୍ଯ୍ୟକର୍ତ୍ତା ବିଜୟ ବରସେଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ବିଗ୍ ବି ବିଜୟ ବରସେ ଭୂମିକା ଗ୍ରହଣ କରିଥିଲେ । ଯଦି ଆମେ ବିଜୟ ବରସେ ବିଷୟରେ କଥା ହେବା, ତେବେ ବସ୍ତିରେ ରହୁଥିବା ପିଲାମାନଙ୍କୁ ଏକ ଟିମ ଗଠନ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ନାଗରାଜ ପୋପଟ୍ରାଓ ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details