ଓଡିଶା

odisha

ETV Bharat / sitara

ହ୍ରିତିକଙ୍କ ନାଁରେ ଠକାମି ମାମଲା ରୁଜୁ

ଫିଲ୍ମ ରିଲିଜ ପୂର୍ବରୁ ହ୍ରିତିକଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ବିରୋଧରେ ହାଇଦ୍ରାବାଦ୍ ପୋଲିସ ଠକାମିର ମାମଲା ରୁଜୁ କରିଛି ।

ଫାଇଲ ଫଟୋ

By

Published : Jul 5, 2019, 5:53 AM IST

ମୁମ୍ବାଇ: 12 ଜୁଲାଇରେ ରିଲିଜ ହେବ ହ୍ରିତିକ ରୋଶନ ଷ୍ଟାରର ଫିଲ୍ମ ସୁପର 30 । ଆଉ ସେ ଏବେ ନିଜ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ମାତ୍ର ଫିଲ୍ମ ରିଲିଜ ପୂର୍ବରୁ ହ୍ରିତିକଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ବିରୋଧରେ ହାଇଦ୍ରାବାଦ୍ ପୋଲିସ ଠକାମିର ମାମଲା ରୁଜୁ କରିଛି ।

ହ୍ରିତିକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଫିଟନେସ୍ ସେଣ୍ଟରରେ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ଭର୍ତ୍ତୀ କରାଯାଇଛି ଏବଂ ରେଜିଷ୍ଟ୍ରେସନ ସମୟରେ ଦିଆଯାଇଥିବା ପ୍ରତିଶୃତି ମଧ୍ୟ ପୂରଣ କରାଯାଇନାହିଁ । ଏହାସହ ତାଙ୍କୁ ସେ ଦେଇଥିବା ଟଙ୍କାର ବିଲ୍ ମଧ୍ୟ ମିଳିନାହିଁ ।

ତେବେ ସମୂର୍ଣ୍ଣ ଘଟଣା ହେଉଛି, ହ୍ରିତିକ ରୋଶନ କଲ୍ଟ ଡଟ୍(Cult Dot) ନାମକ ଏକ ଜିମ୍‌ର ବ୍ରାଣ୍ଡ ଆମ୍ବସଡର ଅଟନ୍ତି । ଅଭିଯୋଗକାରୀଙ୍କ କହିବା ଅନୁସାରେ, ରେଜିଷ୍ଟ୍ରେସନ ସମୟରେ ସେମାନଙ୍କୁ ପ୍ରତିଶୃତି ଦିଆଯାଇଥିଲା ଜିମରେ ହ୍ରିତିକ ନିଜେ ସମୟ ଏବଂ ଟ୍ରେନିଂ ଦେବେ । ମାତ୍ର ଏହାକୁ ପୂରଣ କରିପାରିନଥିଲା ଜିମ୍ ।

ଅଭିଯୋଗକାରୀ ଗତ ମାସରେ ଡିସେମ୍ବରରେ 17,490ଟଙ୍କା ଫିସ୍ ଭରିଥିଲେ । କିନ୍ତୁ ତାଙ୍କୁ ଏହାର କଲ୍ଟ ମଧ୍ୟ ମିଳିନାହିଁ । ଯାହାକୁ ନେଇ ସେ ଥାନାରେ ଏକ ଏତଲା ଦେଇଛନ୍ତି ।

ସମୂର୍ଣ୍ଣ ଘଟଣାକୁ ଆଧାର କରି ପୋଲିସ ହ୍ରିତିକ ଏବଂ ଜିମ୍‌ର(Cult.Fit)ର ତିନି ଅଧିକାରୀଙ୍କ ବିରୋଧରେ ଠକାମିର ମାମଲା ରୁଜୁ କରିଛି ।

ABOUT THE AUTHOR

...view details