ଓଡିଶା

odisha

ETV Bharat / sitara

ଡରାଇବା ପରିବର୍ତ୍ତେ ଦର୍ଶକଙ୍କୁ ବୋର କଲା ଏହି ହରର ଫିଲ୍ମ

'The Curse of the Weeping Woman' ଏହି ହରର ଫିଲ୍ମରେ ଏମିତି ଏକ ମହିଳାର କାହାଣୀ ଦେଖିବାକୁ ମିଳିଛି ଯିଏ କେବଳ ଶିଶୁଙ୍କୁ ହତ୍ୟା କରିଛି । ଏହାସହ ସେହି ଡାହାଣୀର ଆତ୍ମାକୁ କେବେ ମଧ୍ୟ ଶାନ୍ତି ମିଳୁନାହିଁ । କିନ୍ତୁ ଫିଲ୍ମ ଦେଖିବାକୁ ହଲରେ ନଥିଲେ ଦର୍ଶକ । ଜାଣନ୍ତୁ ଏହାର କାରଣ...

By

Published : Apr 19, 2019, 9:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ୟୁଟ୍ୟୁବ

ମୁମ୍ବାଇ: ବୁଧବାର କରନ ଜୋହରଙ୍କ ଚର୍ଚ୍ଚିତ ଫିଲ୍ମ 'କଲଙ୍କ' ସହ ରିଲିଜ ହୋଇଥିଲା ହଲିଉଡ ହରର ଫିଲ୍ମ 'The Curse of the Weeping Woman' । କିନ୍ତୁ ଫିଲ୍ମକୁ ଦେଖିବା ପାଇଁ ହଲରେ ନଥିଲେ ଦର୍ଶକ । ନିର୍ଦ୍ଦେଶକ ମାଇକଲ ସାୱେଜଙ୍କ ଏହି ଫିଲ୍ମ 'Conjuring' ଫିଲ୍ମର ସଂସ୍କରଣରେ ନିର୍ମିତ ହୋଇଛି । କିନ୍ତୁ ଏହି ଫିଲ୍ମ ଦର୍ଶକଙ୍କ ମନ କିଣିବାରେ ପଛରେ ରହିଯାଇଛି । ଫିଲ୍ମଟି ଦର୍ଶକଙ୍କୁ ଡରାଇ ପାରିନାହିଁ । ଯାହାଦ୍ବାରା ଫିଲ୍ମକୁ ଦେଖି ଦର୍ଶକ ଡରିବା ପରିବର୍ତ୍ତେ ବୋର ଅଧିକ ହୋଇଯାଇଛନ୍ତି । କେବଳ ଭାରତରେ ନୁହେଁ ଆମେରିକାରେ ମଧ୍ୟ ଏହି ଫିଲ୍ମକୁ ଦର୍ଶକଙ୍କୁ କରିଛି ନିରାଶ ।

ଅନ୍ୟପଟେ ଫିଲ୍ମ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ଦେଇନାହାଁନ୍ତି । ଯାହା ଦ୍ବାରା ଫିଲ୍ମର ଆୟରେ ପ୍ରଭାବ ପଡିଛି । 'The Curse of the Weeping Woman' ଫିଲ୍ମଟି ଏକ ଡାହାଣୀ ଉପରେ ଆଧାରିତ ଫିଲ୍ମ । କେବଳ ଛୋଟ ଛୋଟ ପିଲାଙ୍କୁ ଶିକାର କରୁଛି ଏହି ଅତୃପ୍ତ ଆତ୍ମା । ଏହି ଫିଲ୍ମର କାହାଣୀ 1673ରେ ଆମେରିକାର ପଡୋଶୀ ଦେଶ ମେକ୍ସିକୋରୁ ଆରମ୍ଭ ହୋଇଛି । ଫିଲ୍ମ ଏକ ପୁରୁଣା କିମ୍ବଦନ୍ତୀକୁ ନେଇ ନିର୍ମିତ ହୋଇଛି । ମେକ୍ସିକୋ ଏବଂ ଆମେରିକାର ଜଙ୍ଗଲରେ ଏକ ଏମିତି ଡାହାଣୀ ବୁଲୁଛି ଯିଏ ନିଜ ସନ୍ତାନକୁ ମାରିବା ପରେ ନିଜ ପାପର ପ୍ରାୟଶ୍ଚିତ କରିବାକୁ ଚାହୁଁଛି । ଏହାସହ ନିଜ ସନ୍ତାନ ସ୍ଥାନରେ ଅନ୍ୟଙ୍କ ସନ୍ତାନଙ୍କୁ ରଖିବାକୁ ଚେଷ୍ଟା କରୁଛି ।

ABOUT THE AUTHOR

...view details