ୱାଶିଂଟନ: କୋରୋନା ପ୍ରକୋପ କମିବାର ନାଁ ନେଉନାହିଁ । କୋରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ଆମେରିକାରେ ଦେଖିବାକୁ ମିଳୁଛି । ସେହିପରି ଦ୍ବିତୀୟ ସ୍ଥାନରେ ବ୍ରାଜିଲ ଆଉ ତୃତୀୟରେ ଭାରତ ଅଛି । ଇତିମଧ୍ୟରେ ଏହି ସଂକ୍ରମଣରେ ସଂକ୍ରମିତ ହୋଇ ଚାଲିଛିଯାଇଛି ଆଉ ଜଣେ ହଲିଉଡ ଷ୍ଟାର୍ସଙ୍କ ଜୀବନ । ଟୋନି ଆୱାର୍ଡ ପାଇଁ ନାମିତ ହୋଇଥିବା ଅଭିନେତା ନିକ କର୍ଡେରୀଙ୍କ ମୃତ୍ୟୁ କୋରୋନା ଭାଇରସରେ ହୋଇଛି ।
କୋରୋନାରେ ଚାଲିଗଲା ହଲିଉଡ ଆକ୍ଟର ନିକଙ୍କ ଜୀବନ - କୋରୋନା ପ୍ରକୋପ
ପୁଣି ସାମ୍ନାକୁ ଆସିଲା ଦୁଃଖଦ ଖବର । ହଲିଉଡରେ ଆଉ ଏକ ଷ୍ଟାରଙ୍କ ମୃତ୍ୟୁ କୋରୋନାରେ ସଂକ୍ରମିତ ଦ୍ବାରା ହୋଇଛି ।
ଯାହାକୁ ନେଇ ବର୍ତ୍ତମାନ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଦେଖିବାକୁ ମିଳୁଛି । ସେ ପାଖାପାଖି ଗତ ତିନି ମାସରୁ ଲସ ଆଞ୍ଜେଲସର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ହେଲେ ପରିଶେଷରେ ସେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ତାଙ୍କ ପତ୍ନୀ ଅମେଣ୍ଡା କ୍ଲୁଟ୍ସ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ବାମୀଙ୍କ ମୃତ୍ୟୁ ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ପ୍ରକାଶ ଥାଉକି ନିକ ‘ୱେଣ୍ଟ୍ରେସ’ରେ ଅର୍ଲ ହଣ୍ଟରସନଙ୍କ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଥିଲେ । ଏହାବ୍ୟତୀତ ସେ ଥିୟଟର ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ଆୱାର୍ଡ ଟୋନି ପାଇଁ ନୋମିନେଟ ମଧ୍ୟ ହୋଇଥିଲେ ।
TAGGED:
କୋରୋନା ପ୍ରକୋପ