ଓଡିଶା

odisha

ETV Bharat / sitara

ୱେଟର୍ସଙ୍କୁ ଦେଢ ଲକ୍ଷର ଟିପ୍ସ ଦେଲେ ହଲିଉଡ ଆକ୍ଟର

ୱେଟର୍ସଙ୍କୁ ଦେଢ ଲକ୍ଷର ଟିପ୍ସ ଦେଲେ ହଲିଉଡ ଆକ୍ଟର। 5 ହଜାର ଟଙ୍କାର ଖାଦ୍ୟ ଖାଇବା ପରେ ରେସ୍ତୋରାଁରେ ଖାଦ୍ୟ ପରଷୁଥିବା ୱେଟର୍ସଙ୍କୁ ଦେଇଛନ୍ତି ଟିପ୍ସ। ଆଗକୁ ପଢନ୍ତୁ...

By

Published : Jan 5, 2020, 9:04 PM IST

ୱେଟ୍ରେସଙ୍କୁ ଦେଢ ଲକ୍ଷର ଟିପ୍ସ
ଡିଜାଇନ ଫଟୋ

ୱାଶିଂଟନ: ସାରା ବିଶ୍ବରେ ବେଶ ଧୂମଧାମରେ ପାଳନ ହୋଇଛି ନୂତନ ବର୍ଷ। ଗାଁ ଠାରୁ ସହର ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ସ୍ବାଗତ କରିଛନ୍ତି ନୂଆବର୍ଷକୁ। ହେଲେ ହଲିଉଡ ସେଲେବ୍ରିଟି ଡୋନି ୱାହଲବର୍ଗ ଭିନ୍ନ ଢଙ୍ଗରେ ପାଳିଛନ୍ତି ନୂଆବର୍ଷ। ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

କାରଣ ସେ ନୂଆବର୍ଷ ଅବସରରେ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ଭାରତୀୟ ମୁଦ୍ରା ଅନୁସାରେ 5 ହଜାର ଟଙ୍କାର ଖାଦ୍ୟ ଖାଇଥିଲେ । ହେଲେ ଖାଦ୍ୟ ପରଷୁଥିବା ୱେଟର୍ସଙ୍କୁ ଦେଇଥିଲେ ଦେଢ ଲକ୍ଷ ଟଙ୍କାର ଟିପ୍ସ।

ଏହାପରେ ସେ ଘଟଣାକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ୱେଟର୍ସ ଜଣକ। ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଚାରିଆଡେ ତାଙ୍କର ଟିପ୍ସକୁ ନେଇ ହେଉଛି ଚର୍ଚ୍ଚା।

ABOUT THE AUTHOR

...view details