ହାଇଦ୍ରାବାଦ: ଗତ ୨୦୧୭ ମସିହା ଡ୍ରଗ୍ସ ମାମଲାରେ ମନି ଲଣ୍ଡରିଂକୁ ନେଇ ଟଲିଉଡ଼ ଅଭିନେତା ନବଦୀପ ପଲ୍ଲାପୋଲୁଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହାସହିତ ଇଡ଼ି ଆକ୍ଟରଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଟ୍ରାନଜାକ୍ସନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏହାକୁ ଯାଞ୍ଚ କରୁଥିବା ମଧ୍ୟ ସୂଚନା ମିଳିଛି ।
ଇଡ଼ି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ସନ୍ଦେହ କରି ତାଙ୍କୁ ଅଧିକ ପଚରା ଉଚୁରା କରୁଛି । ତେବେ ନବଦୀପଙ୍କ ଡ୍ରଗ୍ସ ଯୋଗାଣକାରୀଙ୍କ ସହିତ ସମ୍ପର୍କ ଥିବା ଇଡ଼ି ସନ୍ଦେହ କରିଛି । ଡ୍ରଗ୍ସ ସପ୍ଲାଏର କେଲଭିନ ସହିତ ତାଙ୍କର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଏହାସହିତ ଡ୍ରଗ୍ସ ବ୍ୟବହାର ହେଉଥିବା F club ଓ ଏହି କ୍ଲବକୁ ଯାଉଥିବା କିଛି ଲୋକଙ୍କ ସହିତ ତାଙ୍କର ସମ୍ପର୍କ ଥିବା ମଧ୍ୟ ଇଡ଼ି ସନ୍ଦେହ କରାଯାଇଛି । ଏଥିଲାଗି ତାଙ୍କୁ ଅଟକ ରଖାଯାଇ ଅଧିକ ପଚରା ଉଚୁରା କରାଯାଉଛି । ସେପଟେ ଆଡଜି F club କ୍ଲବ ମ୍ୟାନେଜରଙ୍କୁ ପଚରା ଉଚୁରା କରାଯିବ ବୋଲି ମଧ୍ୟ ଜଣାପଡ଼ିଛି ।